ପାରା ଅଲମ୍ପିକସ୍: ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ଓଡିଶାର ପ୍ରମୋଦ ଭଗତ
ଟୋକିଓ: ପାରା ଅଲିମ୍ପିକ୍ସରେ ବ୍ୟାଡ୍ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ପ୍ରମୋଦ ଭଗତ । ଭାରତ ପାଇଁ ପ୍ରଥମ ଗୋଲ୍ଡ ମେଡାଲ୍ ଜିଣି କ୍ରୀଡ଼ା ଜଗତରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ପାରା ସଟଲର୍ ପ୍ରମୋଦ ଏହି ଗୋଲ୍ଡ ପଦକ ଦ୍ୱାରା ଭାରତ ସହ ଓଡ଼ିଶା ପାଇଁ ମଧ୍ୟ ଆଣିଛନ୍ତି ବିପୁଳ ଗୌରବର ସମ୍ଭାର । ସାରା ଦେଶରୁ ଏବେ ପ୍ରମୋଦଙ୍କୁ ମିଳିଛି ଉତ୍ସ୍ୱସିତ ସମ୍ବର୍ଦ୍ଧନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ମହଲରୁ ପ୍ରମୋଦଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ ।

୩୩ ବର୍ଷୀୟ ପ୍ରମୋଦ ଟୋକିଓ ପାରା ଅଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ ମିଣ୍ଟନ ଏସ୍ଏଲ୍୩ ଇଭେଂଟ୍ରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ପ୍ରତିଯୋଗୀତା ଆରମ୍ଭ ହେବା ଦିନରୁ ପ୍ରମୋଦ ସ୍ୱର୍ଣ୍ଣ ପଦକର ଆଗୁଆ ଦାବିଦାର ଥିଲେ । ପାରା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲା ବ୍ୟାଡ୍ ମିଣ୍ଟନ । ଚଳିତ ଥର ବାଡ୍ ମିଂଟନ୍ ଖେଳର ଏହି ଡେବ୍ୟୁରେ ପୁରୁଷ ସିଙ୍ଗଲସରେ ଗୋଲ୍ଡ ଜିଣିବା ସହ ଏହି ଇଭେଂଟରେ ପ୍ରଥମ ଗୋଲ୍ଡ ବିଜେତା ଭାବରେ ନାମ ଯୋଡି ହୋଇଛି ପ୍ରମୋଦଙ୍କର ।












Click it and Unblock the Notifications