Get Updates
Get notified of breaking news, exclusive insights, and must-see stories!

ଦୂତୀ ଚାନ୍ଦଙ୍କୁ ମିଳିବ ଆଉ ଏକ ସମ୍ମାନଜନକ ପୁରଷ୍କାର !

ବିବିସି ସ୍ପୋର୍ଟସ ୱିମେନ୍ ଅଫଦ ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡିଶା ସ୍ପିଣ୍ଟର ଦୂତୀ ଚାନ୍ଦ ।

ଭୁବନେଶ୍ୱର: ବିବିସି ସ୍ପୋର୍ଟସ ୱିମେନ୍ ଅଫଦ ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡିଶା ସ୍ପିଣ୍ଟର ଦୂତୀ ଚାନ୍ଦ । ତାଙ୍କ ସହ ସୁଟର ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ଭିନେଶ ଫୋଗାଟ ଏବଂ ଚେସ ଖେଳାଳି କୋନେରୁ ହମ୍ପୀଙ୍କୁ ମନୋନୀତ କରାଯାଇଛି ।

Dutee Chand

ଗତ ବର୍ଷ ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେସନ୍ (ବିବିସି) ଦ୍ୱାରା ଆରମ୍ଭ ହୋଇଥିବା ଏହି ପୁରସ୍କାର ଦେଶର ବିଭିନ୍ନ ସ୍ଥାନରୁ ମହିଳା ଆଥଲେଟ୍ସ,ଙ୍କୁ ସେମାନଙ୍କର ସଫଳତା ସମ୍ମାନିତ କରିଥାଏ । ୨୦୨୦ରେ ଅଲିମ୍ପିକ୍ସ ସିଲଭର ମେଡାଲିଷ୍ଟ ପି.ଭି ସିନ୍ଧୁ ଏହି ପୁରଷ୍କାର ଜିତିଥିଲେ । ସେହିପରି ପି.ଟି ଉଷାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଭୋଟିଂ ଆଧାରରେ ମାର୍ଚ୍ଚ ୮ରେ ଏହି ପୁରସ୍କାର ଘୋଷଣା କରାଯିବ ।

ତେବେ ଦୂତୀ ବିବିସି ସ୍ପୋର୍ଟସଓମ୍ୟାନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଦୂତୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରେରଣାର ଉତ୍ସ ହୋଇ ରହିବାକୁ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ବର୍ଷର ନାମାଙ୍କନ ତାଲିକା ଦେଶର ବିଭିନ୍ନ କ୍ରୀଡ଼ା ସାମ୍ବାଦିକ, ବିଶେଷଜ୍ଞ ଏବଂ ଲେଖକଙ୍କ ଏକ ପ୍ୟାନେଲ ଦ୍ୱାରା ମନୋନୀତ ହୋଇଥିଲା । ଫେବୃଆରୀ 24 ପର୍ଯ୍ୟନ୍ତ ସର୍ବସାଧାରଣ ଭୋଟ୍ ପାଇଁ ସର୍ଟଲିଷ୍ଟ ଖୋଲାଯିବ ଏବଂ ମାର୍ଚ୍ଚ 8 ରେ ଦିଲ୍ଲୀର ଏକ ଭର୍ଚୁଆଲ୍ ସମାରୋହରେ ଏବଂ ବିବିସି ସ୍ପୋର୍ଟ ୱେବସାଇଟରେ ବିଜେତା ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+