ପରଲୋକରେ ଓଡିଶାର ଏହି ଚମ୍ପିଆନ ବିଲିୟର୍ଡ ଖେଳାଳି

ଓଡ଼ିଶାର କିମ୍ବଦନ୍ତୀ ସିନିୟର କ୍ୟୁଇଷ୍ଟ ମହମ୍ମଦ ଅହସାନ ଉଲ ହକଙ୍କ ପରଲୋକ ଘଟିଛି ।

ଭୁବନେଶ୍ବର: ଓଡ଼ିଶାର କିମ୍ବଦନ୍ତୀ ସିନିୟର କ୍ୟୁଇଷ୍ଟ ମହମ୍ମଦ ଅହସାନ ଉଲ ହକଙ୍କ ପରଲୋକ ଘଟିଛି । ଅହସାନ 9 ଥର ରାଜ୍ୟ ସ୍ନୁକର ଓ 10 ଥର ଷ୍ଟେଟ୍ ବିଲିୟର୍ଡ ଚାମ୍ପିଅନ୍ ରହିଛନ୍ତି । ତେବେ 55 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ମହମ୍ମଦ ଅହସାନ ଉଲ ହକ

ଅହସାନ ହେଉଛନ୍ତି ପ୍ରଥମ କ୍ୟୁଇଷ୍ଟ ଯିଏକି ଓଡିଶାର ଜଣେ ଟପ୍ ର଼୍ୟାଙ୍କିଂ କ୍ୟୁଇଷ୍ଟ ଭାବରେ ପୂର୍ଣ୍ଣକାଳୀନ କ୍ୟାରିୟର ଗଠନ କରିଥିଲେ । ତେବେ କ୍ରୀଡା କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ଦେଖି ନାଲକୋ ପକ୍ଷରୁ ତାଙ୍କୁ କମ୍ପାନୀରେ ଏକ ସମ୍ମାନଜନକ ପଦବୀ ପ୍ରଦାନ କରାଯାଇଥିଲା ।

ହକ୍ ଓଡିଶାର ତଥା ପୂର୍ବ ଭାରତର କ୍ୟୁଇଷ୍ଟମାନଙ୍କ ପାଇଁ ସର୍ବଦା ଏକ ପ୍ରେରଣା ଥିଲା । ସେ ରାଜ୍ୟ କିଛି ଖେଳାଳିଙ୍କୁ ମଧ୍ୟ ତାଲିମ ଦେଇଥିଲେ। ତେବେ ହକ୍ ମୂଳତଃ ପଶ୍ଚିମବଙ୍ଗର ବାସୀନ୍ଦା ଥିଲେ । କିନ୍ତୁ 90 ଦଶକର ଶେଷ ଭାଗରେ ଓଡିଶାରେ ଅନୁଷ୍ଠିତ ବିଶ୍ୱ ବିଲିୟର୍ଡ ଚାମ୍ପିଅନସିପ୍ ପରେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଥିଲେ। ସେହି ସମୟରେ ହକ୍ ଇଷ୍ଟ ଜୋନର ସବୁଠାରୁ ଦକ୍ଷ ଖେଳାଳି ଥିଲେ ଏବଂ ନ୍ୟାସନାଲ୍ ମାନ୍ୟତାରେ ବାରମ୍ବାର ଥିଲେ । ଏପରିକି ସେ ତାଙ୍କ ଖେଳ ବର୍ଷରେ ଓଡିଶାରେ ଆୟୋଜିତ ଅନେକ ଓପନ୍ ଚାମ୍ପିଅନସିପ୍ ଜିତିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+