ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପ୍: ବ୍ରୋଞ୍ଜ ପଦକ ହାସଲ କଲା ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍
ବେଙ୍ଗାଲୁରୁ: ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପ୍ରେ ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏହି ଚାମ୍ପିୟାନ୍ସିପ୍ରେ ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ମହାରାଷ୍ଟ୍ରକୁ ୬-୦ ଗୋଲ୍ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛି । ୨ଟି ଫିଲ୍ଡ ଗୋଲ୍ ଏବଂ ୪ଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସ୍ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ତରଫରୁ ରଶ୍ମିତା ମିଞ୍ଜ ଚମତ୍କାର ଖେଳ ପ୍ରଦର୍ଶନ କରି ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ। ରଶ୍ମିତା ୬ମିନିଟ୍, ୨୩ ମିନିଟ୍, ୩୭ ମିନିଟ୍ ଏବଂ ୩୯ ମିନିଟ୍ରେ ୪ଟି ଗୋଲ୍ ଦେଇ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରି ଦେଇଥିଲେ । ସେହିପରି ଏଲିନ୍ ଲାକ୍ରା ୩୮ ମିନିଟ୍ ଓ ୫୬ ମିନିଟ୍ରେ ଅନ୍ୟ ଦୁଇଟି ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସ୍କୁ ବିଜୟୀ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗାଲୁରୁଠାରେ ଆୟୋଜିତ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପ୍ରେ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି) ସିଆର୍ପିଏଫ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ଏବଂ ସିଆର୍ପିଏଫ୍ ରନର୍ସ-ଅପ୍ ହୋଇ ରୌପ୍ୟ ପଦକ ହାସଲ୍ କରିବାରେ ସମର୍ଥ ହୋଇଛି ।












Click it and Unblock the Notifications