ନଭେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହକି ବିଶ୍ବକପ !
ନଭେମ୍ବର 25ରୁ ଡିସେମ୍ବର 5 ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜୁନିୟର ପୁରୁଷ ହକି ବିଶ୍ୱକପ ଭୁବନେଶ୍ବର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ହୋଇପାରେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ପୁଣି କମ୍ପିବ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମର ନାମ । କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଉ ଏକ ହକି ବିଶ୍ବକପ । ନଭେମ୍ବର 25ରୁ ଡିସେମ୍ବର 5 ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜୁନିୟର ପୁରୁଷ ହକି ବିଶ୍ୱକପ ଭୁବନେଶ୍ବର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ହୋଇପାରେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଆନୁଯାଇ, ଭାରତ ଆୟୋଜିତ କରିବାକୁ ଥିବା ଜୁନିୟର ପୁରୁଷ ହକି ବିଶ୍ୱକପ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଲକ୍ଷ୍ନୌ ଏବଂ ଏବେ ଓଡ଼ିଶା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟକୁ ଆଉ ଦୁଇ ମାସ ସମୟ ବାକି ଥିବା ବେଳେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ହକି ଇଣ୍ଡିଆର ନିଷ୍ପତ୍ତି ଅପେକ୍ଷାରେ ରହିଛି।
ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ଏଫଆଇଏଚ୍ କମ୍ୟୁନିକେସନ୍ ଡିପାର୍ଟମେଣ୍ଟ କହିଛି, ଏଫଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପ୍ କେଉଁ ସହରରେ ଆୟୋଜିତ ହେବ, ସେ ନେଇ କିଛି ନିର୍ଦ୍ଧାରିତ ହୋଇପାରିନାହିଁ। ତେବେ ଆମେ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନିମନ୍ତେ ହକି ଇଣ୍ଡିଆ ସହ ଲଗାତର ଯୋଗଯୋଗରେ ରହିଛୁ।
୨୦୧୬ରେ ଜୁନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କରିଥିବା ଲକ୍ଷ୍ନୌ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦୌଡ଼ରେ ରହିଛି। ଉଭୟ ଲକ୍ଷ୍ନୌ ଓ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରିବାର ସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ଅଭିଜ୍ଞତା ରହିଛି। ତେବେ ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ୍ ହେବ ନା ନାହିଁ, ତା' ଉପରେ ହକି ଇଣ୍ଡିଆ ଫାଇନାଲ୍ ନିଷ୍ପତ୍ତି ନେବ।












Click it and Unblock the Notifications