ଓଡିଶା କିମ୍ବଦନ୍ତୀ ହକି ଖେଳାଳିଙ୍କ ଦେହାନ୍ତ
ଓଡିଶା କିମ୍ବଦନ୍ତୀ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ 74 ବର୍ଷ ବୟସରେ ଦେହାନ୍ତ ଘଟିଛି ।
ଭୁବନେଶ୍ବର: ଓଡିଶା କିମ୍ବଦନ୍ତୀ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ 74 ବର୍ଷ ବୟସରେ ଦେହାନ୍ତ ଘଟିଛି । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
ମାସେ ଧରି ମାଇକେଲ କିଣ୍ଡୋ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟଅବସ୍ଥା ବିଗୁଡ଼ୁଥିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଗତ ୭ ଦିନ ଧରି ସେ ଆଇସିୟୁରେ ଥିଲେ। ଆଜି ତାଙ୍କର ବିୟୋଗ ଘଟିଛି।

୧୯୭୫ ଭାରତୀୟ ବିଶ୍ବକପ ବିଜୟୀ ହକି ଦଳର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ଦଳରେ ଥିଲେ ଜଣେ ଆଗ ଧାଡିର ଡିଫେଣ୍ଡର । ସେ ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ଏବଂ ବିଶ୍ୱକପରେ ସମସ୍ତ 3 ବର୍ଗର ପଦକ ଜିତିଥିଲେ। ଏଥି ସହ ସେ ଅର୍ଜୁନ ପୁରଷ୍କାରର ବିଜେତା ମଧ୍. ଥିଲେ । ପ୍ରଥମ ଆଦିବାସୀ ହକି ଖେଳାଳି ଭାବେ ମାଇକେଲଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।
ବିହାରର ରାଇଘମାରେ ୨୦ ଜୁନ୍ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ ମାଇକେଲ୍ । ପିଲାଟି ଦିନରୁ ବିଦ୍ୟାଳୟରେ ପଢ଼ିବା ବେଳୁ ହକି ପ୍ରତି ଥିଲା ତାଙ୍କ ଆଗ୍ରହ । ସ୍କୁଲ୍ ଶିକ୍ଷା ଶେଷ ପରେ ମାଇକେଲ୍ କିଣ୍ଡୋ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।












Click it and Unblock the Notifications