ଇତିହାସ ରଚିଲେ ଓଡ଼ିଆ ପୁଅ, ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର ଜେନା
World Athletics Championship: ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ।
ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି ।

ସେହିପରି ଅଲମ୍ପିକ୍ସ ପଦକ ବିଜେତା ତଥା ୱାର୍ଲଡ ଚାମ୍ପିୟନ୍ ଭାରତର ନୀରଜ ଚୋପ୍ରା କ୍ୱାଲିଂପାଇଁ ରାଉଣ୍ଡରେ ୮୮ ଦଶମିକ ୭୭ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଛନ୍ତି ।
ସେହିପରି ଅନ୍ୟତମ ଯୁବ ଭାରତୀୟ ଆଥଲେଟ ଡିପି ମନୁ ମଧ୍ୟ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ପ୍ରଥମ ଥର ଲାଗି ୱାଲର୍ଡ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡରେ ୩ ଜଣ ଭାରତୀୟ ପହଞ୍ଚିଛନ୍ତି ।
କହିରଖୁ କି ଏହି ଚମ୍ପିଆନସିପରେ ଭାରତ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିପାରି ନାହିଁ । ସ୍ବିଡେନର ବୁଦାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲ ମ୍ୟାଚ ୨୭ ଅଗଷ୍ଟରେ ଅନୁଷ୍ଠିତ ହେବ।












Click it and Unblock the Notifications