Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଟି-20 ପାଇଁ ସଜ୍ଜିତ ହେବ ହାଇଟେକ୍ ସିକ୍ୟୁରିଟି, ଟ୍ବିନସିଟି ଜଗିବେ 21 ପ୍ଲାଟୁନ ଫୋର୍ସ

ବାରବାଟୀ ଟି-20 ପାଇ ସଫା ହୋଇସାରିଛି ବାଟ । ବାରବାଟୀ ଷ୍ଟାଡିୟମରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜର 2ୟ ମ୍ୟାଚ । ତେବେ ଏନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ।

ଭୁବନେଶ୍ୱର: ବାରବାଟୀ ଟି-20 ପାଇ ସଫା ହୋଇସାରିଛି ବାଟ । ବାରବାଟୀ ଷ୍ଟାଡିୟମରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ସିରିଜର 2ୟ ମ୍ୟାଚ । ତେବେ ଏନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ।

Barabati T20

ତେବେ ମ୍ୟାଚ୍ ପାଇଁ ଉଭୟ ଦଳ ଜୁନ 10 ରେ ଭୁବନେଶ୍ୱରରେ ପହଞ୍ଚିବେ । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ ପୂର୍ବରୁ ରାଜଧାନୀରେ ସୁରକ୍ଷାକୁ ଆହୁରି ବଢାଇ ଦିଆଯିବ। ବିମାନ ବନ୍ଦର, ହୋଟେଲ ଏବଂ ହୋଟେଲ-ଷ୍ଟାଡିୟମ ମାର୍ଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ଭୁବନେଶ୍ୱରରେ ମୋଟ 21 ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମ୍ୟାଚ ଏବଂ ଅଭ୍ୟାସ ଅଧିବେଶନ ପାଇଁ ଟ୍ବିନସିଟିରେ ଖେଳାଳିଙ୍କ ସୁଗମ ଗତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ ଆମେ ରୁଟ୍ ଲାଇନ୍ ବ୍ୟବସ୍ଥା କରିବୁ ଏବଂ ସେମାନଙ୍କ ରହିବା ଏବଂ ଯାତ୍ରା ସମୟରେ ଖେଳାଳିଙ୍କ ସୁରକ୍ଷା ନିଶ୍ଚିତ କରିବୁ ।

ତେବେ ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବ । ଏହି ମ୍ୟାଚକୁ ନେଇ ଖେଳ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। ଟିକେଟ କିଣିବାକୁ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷେ, ଆଜିଠୁ ଓସିଏ ସହ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ପାଇଁ ଟିକେଟ୍ ଉପଲବ୍ଧ ହୋଇଛି ।
ଏହି ବର୍ଗରେ ୮ ହଜାର ଟିକେଟ୍‌ ବିକ୍ରି ହେବ। ଓସିଓ କନ୍‌ଫରେନ୍ସ ହଲ୍‌ରେ ସକାଳ ୧୦ଟାରୁ ଟିକେଟ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଟିକେଟ୍‌ ମିଳିବ। ଏହା ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୬ ହଜାର ୧୫୪ଟି ଟିକେଟ୍ ବିକ୍ରି ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+