Get Updates
Get notified of breaking news, exclusive insights, and must-see stories!

ଅଲଟିମେଟ୍‌ ଖୋ ଖୋ ଲିଗରେ ଫ୍ରାଞ୍ଚାଇଜ କିଣିବେ ଓଡ଼ିଶା ସରକାର

ଅଲଟିମେଟ୍‌ ଖୋ ଖୋ ଲିଗ୍‌ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଅସିଛନ୍ତି ଓଡ଼ିଶା ସରକାର। ଖୁବଶୀଘ୍ର ଏହିଲିଗରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି। ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯଇଛି।

ଭୁବନେଶ୍ଵର: ଅଲଟିମେଟ୍‌ ଖୋ ଖୋ ଲିଗ୍‌ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଅସିଛନ୍ତି ଓଡ଼ିଶା ସରକାର । ଖୁବଶୀଘ୍ର ଏହି
ଲିଗରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି । ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯଇଛି ।

Kho Kho League

ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡ଼ାର ବିକାଶ ନେଇ ଅଲଟିମେଟ୍‌ ଖୋ ଖୋ ଲିଗ୍‌ ଓଡ଼ିଶା ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଜାତୀୟ ହକିକୁ ପ୍ରୋତ୍ସାହିତ କରିବା ପରେ ଟେକିଓରେ ପୁରୁଷ ଦଳ ଅଲିମ୍ପିକ୍ସ ପଦକ ଜିତିବାରେ ସଫଳ ହୋଇଛି । ସେମିତି ଜାତୀୟ ସ୍ତରରେ ଫୁଟବଲ୍‌, ରଗ୍ବୀ ଭଳି କିଛି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣମେଣ୍ଟର ଆୟୋଜନ କରୁଛନ୍ତି ।

ୟୁକେକେରେ ପୂର୍ବରୁ ୪ଟି ଦଳ ଥୁଲା। ରାଜ୍ୟ ସରକାର ଏଥୁରେ ପଞ୍ଚମ ପ୍ରୀଞ୍ଚାଇଜ କିଣିବେ । ପୂର୍ବରୁ ହକି ଇଣ୍ଡିଆ ଲିଗରେ ଓଡ଼ିଶାର ଏକ ଫ୍ରାଞ୍ଚାଇଜ ଥିଲା । ଯାହାର ନାମ ଥଲା କଳିଙ୍ଗ ଲାନସର୍ସ । ଓଡ଼ିଶା କ୍ରୀଡ଼ାର ବିକାଶ ଏବଂ ପ୍ରଚାର ପ୍ରସାର କମ୍ପାନୀ (ଓଏସ୍‌ଡିପିସି)
ୟୁକେକେରେ ପ୍ରୀଞ୍ଚାଇଜ ମାଲିକ ହେବ । ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ଜିତିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।

କ୍ରୀଡ଼ାମନ୍ତ୍ରୀ ତୁ ଷାରକାନ୍ତି ବେହେରା କହିଛନ୍ତି, ଓଡ଼ିଶାରେ ଖୋ ଖୋ ଖୁବ୍‌ ଲୋକପ୍ରିୟ । ଗତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଆମର ପୁରୁଷ ଓ ମହିଳା ଦଳ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ରାଜ୍ୟରେ ଲୋକପ୍ରିୟତା ଦେଖି ଆମେ ୟୁକେକେରେ ଫ୍ରାଞ୍ଚାଇଜ କିଣିବା ନେଇ ନିଷ୍ପତ୍ତି ନେଇଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ " ସ୍ପୋର୍ଟ ଇନ୍‌ ଓଡ଼ିଶା ଲକ୍ଷ୍ୟର ଏହା ଏକ ଅଂଶ ଅଟେ।"

ୟୁକେକେରେ ପୂର୍ବରୁ ୪ଟି ଦଳ ଯଥା-ଗୁଜରାଟ, ତେଲେଙ୍ଗାନା, ରାଜସ୍ଥାନ ଓ ଚେନ୍ନାଇ ରହିଛନ୍ତି । ଓଡ଼ିଶା ପଞ୍ଚମ ଦଳ ଭାବେ ସାମିଲ ହେବ। ଦଳର ନାମ କ'ଣ ରହିବ ତାହା ପରବର୍ଭୀ ସମୟରେ ଘୋଷଣା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+