Get Updates
Get notified of breaking news, exclusive insights, and must-see stories!

ପ୍ରମୋଦଙ୍କୁ ୬ କୋଟି ସହ ଗ୍ରୁପ୍‌ ‘ଏ’ ସରକାରୀ ଚାକିରି ଦେବେ ରାଜ୍ୟ ସରକାର

ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା । ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ଦେବେ ସରକାର ।

ଭୁବନେଶ୍ୱର: ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା । ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ଦେବେ ସରକାର । ପ୍ରମୋଦ ଭଗତଙ୍କୁ ମିଳିବ ଗ୍ରୁପ ଏ ସ୍ତରୀୟ ସରକାରୀ ଚାକିରି । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ସରକାର ଚେକ୍ ଦେବେ ବୋଲି ରାଜ୍ୟ କ୍ରୀଡା ବିଭାଗ ସ୍ପଷ୍ଟୀକରଣ ରଖିଛି ।

Pramod Bhagat

ବ୍ୟାଡ୍‌ମିଣ୍ଟର ପୁରୁଷ ଏକକ ଏସ୍ଏଲ୍୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ। ତେବେ ମିକ୍ସଡ୍ ଡବଲ୍ସ (ଏସ୍ଏଲ୍୩-ଏସ୍ୟୁ୫ ବର୍ଗ)ରେ ବ୍ରୋଞ୍ଜ ଲଢ଼େଇରେ ହାରି ଯାଇଥିଲେ । ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ରେକର୍ଡ ପ୍ରମୋଦ ଭଗତଙ୍କ ନାଁରେ ଯୋଡ଼ି ହୋଇଯାଇଛି।

ବିଶ୍ୱ ଚାମ୍ପିଅନଶିପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୫ ବର୍ଷ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର। ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+