ବିବାହ ବନ୍ଧନରେ ବାନ୍ଧି ହେଲେ ଅଲିମ୍ପିଆନ ଲିଳିମା ମିଞ୍ଜ
ବିବାହ ବନ୍ଧନରେ ବାନ୍ଧି ହେଲେ ଅଲିମ୍ପିଆନ୍ ଲିଳିମା ମିଞ୍ଜ୍ । ନିଜର ବାଲ୍ୟକାଳର ସାଥୀ ଷ୍ଟାନିଲ ଭିରଙ୍କ ହାତ ଧରିଲେ ଲିଳିମା ।
ରାଜଗାଙ୍ଗପୁର: ବିବାହ ବନ୍ଧନରେ ବାନ୍ଧି ହେଲେ ଅଲିମ୍ପିଆନ୍ ଲିଳିମା ମିଞ୍ଜ୍ । ନିଜର ବାଲ୍ୟକାଳର ସାଥୀ ଷ୍ଟାନିଲ ଭିରଙ୍କ ହାତ ଧରିଲେ ଲିଳିମା । ଷ୍ଟାଲିନ ଭିକ୍ଟର ମିଞ୍ଜ ହେଉଛନ୍ତି ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି । ଦୁହେଁ ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଚଳିତବର୍ଷ ନଭେମ୍ବର ୪ ରେ ନିର୍ବନ୍ଧ କରିଥିଲେ ।

ଆଜି ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହି ବିବାହ ଉତ୍ସବରେ ହକି ତାରକା ନମିତା ଟପ୍ପୋ, ସୁନିତା ଲାକ୍ରା, ହକି କୋଚ ସିଲଭାଷ୍ଟର ଟପ୍ପୋଙ୍କ ସମେତ ଲିଲିମା ଓ ଷ୍ଟାଲିନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ।
୨୦୧୬ରେ ବ୍ରାଜିଲ ଠାରେ ଆୟୋଜିତ ରିଓ ଅଲିମ୍ପିକରେ ଲିଲିମା ଭାରତୀୟ ମହିଳା ହକି ଦଳରୁ ଖେଳିଥିଲେ। ଏହା ପରେ ୨୭ ବର୍ଷ ବୟସରେ ଲିଲିମା ହକିରୁ ଅବସର ଘୋଷଣା କରିଥିଲେ।












Click it and Unblock the Notifications