For Quick Alerts
For Daily Alerts
ଜାତୀୟ କାୟାକିଂ ଓ କାନୋଇଂ ଚାମ୍ପିଅନସିପରେ ଓଡିଶା ଚାମ୍ପିଅନ
ଭୁବନେଶ୍ୱର: ମଧ୍ରପ୍ରଦେଶ ଭୋପାଳଠାରେ ଚାଲିଥିବା 31ତମ ଜାତୀୟ କାୟାକିଂ ଓ କାନୋଇଂ ଚାମ୍ପିଅନସିପରେ ଓଡିଶାର ପଦକ ସଂଖ୍ୟା 30ରେ ପହଞ୍ଚିଛି ।
ପ୍ରତିଯୋଗାତାରେ ପ୍ରଥମ ଦୁଇ ଦିନରେ ଓଡିଶା 23ଟି ପଦକ ଜିତିଥିବା ବେଳେ ସୋମବାର ଖେଳାଯାଇଥିବା 200 ଓ 5 ହାଜର ମିଟର ବିଶିଷ୍ଟ ପ୍ରତିଯୋଗିତାରେ ପ୍ରତିଯୋଗାମାନେ 7ଟି ପଦକ ବିଜୟୀ ହୋଇଛନ୍ତି । ଏହା ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ଓ 6ଟି ରୌପ୍ୟ ପଦକ ରହିଛି । ଏଥି ସହିତ ସବ ଜୁନିୟାର ବାଳକ ବର୍ଗରେ ଓଡିଶା ଚମ୍ପିଆନ ହୋଇଛି ।

ସୋମବାର ଖେଳାଯାଇଥିବା 5 ହଜାର ମିଟର ଜୁନିୟର ବାଳିକା କାୟାକିଂରେ ପି. ରୋଜୀ ଦେବୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ । କାୟାକିଂ ଜୁନିୟର ବାଳକ 5 ହାଜର ମିଟରରେ ଟି. ରାହୁଲ ସିଂ ରୌପ୍ୟ, କାନୋଇଂ ଜୁନିୟର ବାଳିକା 5 ହାଜର ମିଟର ଏଲ. ନେହା, ଗୁଣା 200 ମିଟରରେ ବୋରିଷ ସିଂ, ସାହିଲ ମକନ୍ଦର ଦାପରାଜ ସାହୁ, ଡାଇମଣ୍ଡ ମିତେଇ ରୌପ୍ୟ, କାନୋଇଂ ସବ ଜୁନିୟର ବାଳକ 200ମିଟର ବର୍ଗରେ ଏଲ ବୋରିଷ ସିଂ ରୋପ୍ୟ ପଦକ ଜିତଛନ୍ତି ।