ନଭେମ୍ବର ୧୬ରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ ପାଇଁ ଚେତାବନୀ
ଆସନ୍ତା ନଭେମ୍ବର ୧୬ରୁ ସାରା ଓଡ଼ିଶାରେ ବନ୍ଦ ରହିବ ବସ୍ ସେବା। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୬ରୁ ସାରା ଓଡ଼ିଶାରେ ବନ୍ଦ ରହିବ ବସ୍ ସେବା। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ ।

ପୂର୍ବରୁ ଟିକସ ଛାଡ କରିବା ସହିତ ୧ ଲକ୍ଷ ଋଣ ଦେବାକୁ ସରକାର ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସରକାର ଋଣ ପ୍ରଦାନ କଲେ ନାହିଁ । ମହାମାରୀ ଭଳି କରୋନା ସମୟରେ ବସ ଚଳାଚଳ କିଛଇ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ମାଲିକମାନେ କ୍ଷତି ସହୁଛନ୍ତି । ଖାଲି ସେତିକି ନୁହେଁ, କରୋନା ସାଙ୍ଗକୁ ତୈଳ ଦର ବୃଦ୍ଧି ଯୋଗୁ ଭଡା ବୃଦ୍ଧି ହେଉଛି । ଯାହାର ପ୍ରଭାବ ଯାତ୍ରୀଙ୍କ ପରେ ପଡୁଛି । ଏଭଳିସ୍ଥିତିରେ ସରକାର ତୈଳ ଦର ହ୍ରାସ କରିବାକୁ ବସ୍ ମାଲିକ ସଂଘ ଦାବି କରିଛି । ନଭେମ୍ବର ୧୫ ଭିତରେ ଦାବିପୂରଣ ନହେଲେ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।












Click it and Unblock the Notifications