ବିଶ୍ୱକପ୍ ପ୍ରମୋ ଭିଡ଼ିଓରେ ଓଡ଼ିଆ ପୁଅ, ସାରା ବିଶ୍ୱ ଦେଖିଲା ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁଙ୍କ ଟାଟୁ
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାର ପିଣ୍ଟୁ ବେହେରା ବିଶ୍ୱକପ୍ କ୍ରିକେଟ୍ ପାଇଁ ICC ପକ୍ଷରୁ ହୋଇଥିବା ଅଫିସିଆଲ୍ ପ୍ରମୋରେ ସ୍ଥାନ ପାଇଛନ୍ତି। ପିଣ୍ଟୁ ଦେହ ସାରା ବିରାଟଙ୍କ ଟାଟୁ କରିଛନ୍ତି । ଆଉ ଏହି ଟାଟୁ ଜରିଆରେ ସେ ଏବେ ଏହି ପ୍ରମୋରେ ସ୍ଥାନ ପାଇଛନ୍ତି । ବିରାଟଙ୍କ ଫ୍ୟାନ୍ ଭାବେ ପିଣ୍ଟୁ ଜଣାଶୁଣା ।
ପିଣ୍ଟୁ ନିଜ ପିଠି, ହାତ, ଛାତି ଓ ପେଟରେ ବିରାଟଙ୍କ ଟାଟୁ କରିଛନ୍ତି । ICCର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ, ବିଶ୍ୱର ଅନ୍ୟ ବଛା ବଛା ଖେଳାଳି ଥିବା ବେଳେ ଏହାର ଭଏସ୍ ଦେଇଛନ୍ତି ବାଦଶାହ ଶାହରୁଖ । ପିଣ୍ଟୁଙ୍କ ପ୍ରମୋ ସୁଟ୍ ବେଳର ନିଜର ଅନୁଭୂତି ବଖାଣିଛନ୍ତି ।

ସେ କହିଛନ୍ତି, ICC ପକ୍ଷରୁ ମୋତେ ପ୍ରମୋ ସୁଟିଂ କରିବା ପାଇଁ ଫୋନ୍ ଆସିଥିଲା । ମୋତେ ପ୍ରମୋ କରିବ କି ନାହିଁ ପଚରା ଯାଇଥିଲା । ମୁଁ ସଙ୍ଗେ ସଙ୍ଗେ ହଁ ମାରିଥିଲି । ସେମାନେ ଦେଇଥିବା ନିର୍ଦ୍ଧାରିତ ତାରିଖରେ ମୁମ୍ବାଇରେ ପହଞ୍ଚି ପ୍ରମୋ ସୁଟିଂ କରିଥିଲି । ୩ରୁ ୪ ଘଣ୍ଟା ପ୍ରମୋ ସୁଟିଂ ହୋଇଥିଲା । ମୋତେ ସେଠାରେ ଡି.କେ ବୋଲି ଡାକନ୍ତି । ମୁଁ ସେଠାରେ ଅନ୍ୟ କ୍ରିକେଟରଙ୍କ ସହ ମିଶିଥିଲି । ସେମାନେ ମୋ ଦେହରେ ବିରାଟଙ୍କ ଟାଟୁ ଦେଖି ଖୁସି ଅନୁଭବ କରିଥିଲେ । ଆଗକୁ ୱାର୍ଲ୍ଡ କପ୍ ଥିବାରୁ ମୁଁ ନିଜକୁ ପ୍ରସ୍ତୁତ କରୁଛି । ମୁଁ ବିରାଟ୍ ସାର୍ଙ୍କ ପରି ବଡି ବନାଇବା ପାଇଁ ଚାହୁଁଛି ।
History will be written and dreams will be realised at the ICC Men's Cricket World Cup 2023 🏆
All it takes is just one day ✨ pic.twitter.com/A88Lvq8pUC
— ICC Cricket World Cup (@cricketworldcup) July 20, 2023
ସୂଚନାଥାଉ କି, ୨୦୧୯ ମସିହାରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବିଶାଖାପାଟଣାରେ ବିରାଟଙ୍କୁ ସାକ୍ଷାତ କରିଥିଲେ ପିଣ୍ଟୁ। ତାଙ୍କ ଶରୀରରେ ନିଜର ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିରାଟ। ତାଙ୍କୁ ଖୁସିରେ କୁଣ୍ଡାଇ ପକାଇଥିଲେ । ବିରାଟଙ୍କର ବହୁ ଫ୍ୟାନ୍ ଥିବା ବେଳେ ପିଣ୍ଟୁ ବିରାଟଙ୍କ ବଡ଼ ଫ୍ୟାନ୍ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା ।












Click it and Unblock the Notifications