ହକିରୁ ଅବସର ନେଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା
ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଦଳର ଉପଅଧିନାୟକ ଥିବା ବୀରେନ୍ଦ୍ର ହକିରୁ ଅବସର ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଦଳର ଉପଅଧିନାୟକ ଥିବା ବୀରେନ୍ଦ୍ର ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ସେହିପରି ଭାରତୀୟ ପୁରୁଷ ହକି ଦଳର ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ୍ ସିଂହ ମଧ୍ୟ ଆଜି ଅବସର ଘୋଷଣା କରିଛନ୍ତି ।

୩୧ ବର୍ଷୀୟ ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ। ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା।
ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୋଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ । ଆଉ ଅଲିମ୍ପିକ୍ସରେ ଏତେବଡ ସଫଳତା ପାଇବା ପରେ ଏବେ ଅବସର ଘୋଷଣା କରିଛନ୍ତି ବୀରେନ୍ଦ୍ର ।
2️⃣0️⃣1️⃣ Caps
🥉 Olympic Bronze MedallistA solid defender and one of the most influential Indian Men's Hockey Team figures, the Odisha star has announced his retirement from the Indian national team.
Happy Retirement, Birendra Lakra. 🙌#IndiaKaGame pic.twitter.com/p8m8KkWDb4
— Hockey India (@TheHockeyIndia) September 30, 2021
ଆସନ୍ତାବର୍ଷ ଭାରତୀୟ ହକି ଟିମର ବ୍ୟସ୍ତବହୂଳ କାର୍ଯ୍ୟକ୍ରମ ରହିଛି। ଆହତ ସମସ୍ୟା ଲାକ୍ରାଙ୍କ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି କରିଆସୁଛି। ଏହାଛଡ଼ା ଆଗାମୀ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ହକି ଇଣ୍ଡିଆ ଲାକ୍ରାଙ୍କ ଭଳି ସିନିୟର ଖେଳାଳିଙ୍କ ବଦଳରେ ଜୁନିୟର ଖେଳାଳିଙ୍କୁ ଟିମ୍ରେ ସ୍ଥାନ ଦେଇପାରନ୍ତି। ବୋଧହୁଏ ଏହି ଦୁଇଟି କାରଣ ପାଇଁ ଲାକ୍ରା ମାତ୍ର ୩୧ ବର୍ଷରେ ହକି ଜଗତକୁ ଅଲବିଦା କହିଛନ୍ତି।
2️⃣2️⃣3️⃣ Caps
1️⃣1️⃣9️⃣ Goals
🥉 Olympic Bronze MedallistIndian Hockey Team Defender and one of the best drag-flickers of this generation draws curtains on an exceptional career. 👏
Wishing you a Happy Retirement, Rupinder Pal Singh👏#IndiaKaGame pic.twitter.com/kXsVoYlUql
— Hockey India (@TheHockeyIndia) September 30, 2021
ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications