ମୟୂରଭଞ୍ଜର ପାଞ୍ଚଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ଉଭୟ ଲୋକସଭା ଓ ବିଧାନସଭା ଲଢ଼ିବେ ଅଞ୍ଜନୀ ସୋରେନ
ମୟୂରଭଞ୍ଜର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଏମଏମ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା 'ଜେଏମଏମ' ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କୁ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ କରିଛି ଦଳ ।
ଅଞ୍ଜନୀ ଲୋକସଭା ଆସନ ସହ ବିଧାନସଭା ନିର୍ବାଚନ ମଧ୍ୟ ଲଢୁଛନ୍ତି । ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଓ ସାରସକଣା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ଦୁଇଟି ଆସନରୁ ଅଞ୍ଜନୀ ସୋରେନ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଅଞ୍ଜନୀ ସୋରେନ ଦୁଇଟି ଆସନରୁ ଲଢେଇ କରିବେ ।
ଗତକାଲି ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜେଏମଏମ ରାଷ୍ଟ୍ରୀୟ ମହାସଚିବ ବିନୋଦ ପାଣ୍ଡେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଅନ୍ୟ ଚାରୋଟି ନିର୍ବାଚନ ମଣ୍ଡଳୀ ଯଥା ରାଇରଙ୍ଗପୁର ନିର୍ବାଚନ ପାଇଁ ସୁନାରାମ ଟୁଡୁ, ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ କୃଷ୍ଣଚନ୍ଦ୍ର ଦାସ, ଉଦଳାରେ ଚକ୍ରଧର ସିଂ ଓ ବାଙ୍ଗିରିପୋଷି ଆସନରେ ବିଷ୍ଣୁ ସିଂଙ୍କ ନାମ ଘୋଷଣା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।

ମୟୂରଭଞ୍ଜ ଲୋକସଭା ଆସନ ଓ ପାଞ୍ଚଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ପରେ ଜେଏମଏମ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ଏ ସମ୍ପର୍କରେ ଦଳର କେନ୍ଦ୍ରୀୟ କମିଟି ପ୍ରାର୍ଥୀ ଚୂଡାନ୍ତ କରି ତାଲିକା ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରାଯାଇଛି ।
ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ଲୋଚନ ବାରିକଙ୍କୁ ଟିକଟ ପ୍ରଦାନ କରାଯାଇଛି । ଲୋଚନ ବାରିକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖଣା ଗ୍ରାମରେ ହୋଇଥିବା ବେଳେ ସେ ମୋରଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ।












Click it and Unblock the Notifications