Odisha Assembly Election 2024: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ସରୁନି ପ୍ରାର୍ଥୀ ଘୋଷଣା, କେଉଁ ଆସନରେ ଘୋଷଣା ବାକି ?

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ । ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା'ର ପ୍ରାର୍ଥୀ ତାଲିକା ଘୋଷଣା ଶେଷ କରିପାରିନାହନ୍ତି ।

ଭାଜପା ୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

  • ଘସିପୁରା
  • ବାରବାଟୀ-କଟକ
  • ବେଗୁନିଆ
  • ଭୋଗରାଇ
  • ନୀଳଗିରି
  • ଭଣ୍ଡାରୀପୋଖରୀ
  • ବରୀ

ଶାସକ ବିଜେଡି ୩ଟି ଆସନ ଯଥା ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ନିମନ୍ତେ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି କଂଗ୍ରେସ ନୀଳଗିରି ଏବଂ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଘୋଷଣା ବାକି ରଖିଛି।

Odisha Assembly Election

ସୂଚନାଥାଉ କି, ଉପରୋକ୍ତ ଆସନ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବରୀ, କୋରେଇ ଏବଂ କାକଟପୁରରେ ଭୋଟ ଗ୍ରହଣ ହେବ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ମେ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ । ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ ।

ଏହାସହ ଆଜି ପ୍ରକାଶ ପାଇଛି ଏହି ୬ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର,ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ।

ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଯାଏ ଭୋଟିଂ ହେବ। ଦେଓଗଡ଼ରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ୍ ହେବ। ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ।

୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ଭୋଟର ରହିଛନ୍ତି । ଏଥିରେ ୪୮,୨୬,୩୭୫ ଜଣ ପୁରୁଷ ଏବଂ ୪୬,୧୪,୧୩୪ ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି ।

  • ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟାୟ: ତୃତୀୟ
  • ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
  • ଗେଜେଟ ବିଜ୍ଞପ୍ତି: ୨୯.୦୪.୨୦୨୪
  • ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୬.୦୫.୨୦୨୪
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୭.୦୫.୨୦୨୪
  • ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୯.୦୫.୨୦୨୪
  • ଭୋଟ ଗ୍ରହଣ ତାରିଖ: ୨୫.୦୫.୨୦୨୪
  • ଭୋଟ ଗଣତି ତାରିଖ: ୦୪.୦୬.୨୦୨୪
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+