ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଟିମ ଇଣ୍ଡିଆର ଉପ ଅଧନାୟକ ହେଲେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ହକି ଟିମ । ୧୮ ଜଣିଆ ଟିମରେ ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କ କାନ୍ଧରେ ରହିଛି ଦଳର ଅଧା ଭାର । ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମର ଉପ ଅଧିନାୟକ ଭାବେ ଚୟନ କରାଯାଇଛି ।
ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ହକି ଟିମ । ୧୮ ଜଣିଆ ଟିମରେ ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କ କାନ୍ଧରେ ରହିଛି ଦଳର ଅଧା ଭାର । ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏଥିପାଇଁ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ସବିତା ପୁନିଆ ଦଳର ଅଧିନାୟକ ପଦ ବଜାୟୀ ରଖିଛନ୍ତି। ଇଂଲଣ୍ଡର ବର୍ମିଂହାମରେ ଜୁଲାଇ ୨୮ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି । ଏହପୂର୍ବରୁ ହକି ଇଣ୍ଡିଆ ଜୁଲାଇ ୧ରୁ ୧୭ ଯାଏ ସ୍ପେନ ଓ ନେଦରଲ୍ୟାଣ୍ଡ୍ସରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଘୋଷଣା କରିଥିଲା। ବିଶ୍ୱକପରେ ମଧ୍ୟ ସବିତା ଅଧିନାୟକ ଓ ଦୀପଗ୍ରେସ ଉପ ଅଧିନାୟକ ଦାୟିତ୍ୱ ପାଇଥିଲେ। ତେବେ କମନ୍ୱେଲ୍ଥ ଗେମରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।
Congratulate #Odisha player, Deep Grace Ekka on being selected as vice-captain of the Indian Women's Hockey Team for the Commonwealth Games 2022 to be held in Birmingham. Wish the team all the very best. #OdishaForHockey https://t.co/WH4D8BJrmK
— Naveen Patnaik (@Naveen_Odisha) June 23, 2022
ଭାରତୀୟ ଦଳ: ସବିତା ପୁନିଆ (ଗୋଲ୍କପିର ଓ ଅଧିନାୟିକା) ରଜନୀ (ଗୋଲ କିପର)
ଡିଫେଣ୍ଡର: ଦୀପଗ୍ରେସ୍ ଏକ୍କା (ଉପ ଅଧିନାୟକ), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା
ମିଡ ଫିଲ୍ଡର: ନିଶା, ସୁଶିଳା ଚାନୁ ପୋଖରମବାମ୍, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସଲିମା ଟେଟେ
ଫରୱାର୍ଡ: ବନ୍ଦନା କଟାରିଆ, ଲାଲରେମସିଆମି, ନଭନୀତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ।












Click it and Unblock the Notifications