ଓଡିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ଆଉ ଏକ ସଫଳତା
ଟୋକିଓ ଟିକେଟ ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଆଉ ଏକ ସଫଳତା । ଟୋକିଓ ଅଲିମ୍ପିକ୍ସ ପାଇଁ ଯିବାକୁ ଥିବା ଭାରତୀୟ ଦଳର ଉପ ଅଧିନାୟକ ଦାୟୀତ୍ବ ଏବେ ବୀରେନ୍ଦ୍ରଙ୍କ କାନ୍ଦରେ ଦିଆଯାଇଛି ।
ଭୁବନେଶ୍ବର: ଟୋକିଓ ଟିକେଟ ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଆଉ ଏକ ସଫଳତା । ଟୋକିଓ ଅଲିମ୍ପିକ୍ସ ପାଇଁ ଯିବାକୁ ଥିବା ଭାରତୀୟ ଦଳର ଉପ ଅଧିନାୟକ ଦାୟୀତ୍ବ ଏବେ ବୀରେନ୍ଦ୍ରଙ୍କ କାନ୍ଦରେ ଦିଆଯାଇଛି । ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବଭଳି ମନପ୍ରୀତ ସିଂହ ପୁରୁଷ ଦଳର ଅଧିନାୟକ ପଦ ଦାୟିତ୍ୱରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମ୍ରେ ଲାକ୍ରାଙ୍କ ବ୍ୟତୀତ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ରହିଛନ୍ତି। ସେ ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ଲାକ୍ରାଙ୍କ ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ୨୦୧୬ରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। କିନ୍ତୁ ୨୦୧୨ରେ ଭାରତକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଭାରତୀୟ ମହିଳା ହକି ଟିମ୍ର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ।












Click it and Unblock the Notifications