Get Updates
Get notified of breaking news, exclusive insights, and must-see stories!

World Athletics Championships : ସାରା ରାଜ୍ୟବାସୀ ଖୁସ, ହୃଦୟ ଜିତିଲେ ଓଡ଼ିଆ ପୁଅ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ସୁନା ପଦକ। ଇତିହାସ ରଚିଲା ଭାରତ । ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଥିଲେ । ଆଉ ଦେଶ ପାଇଲା ସୁନା ପଦକ । ତେବେ ଏହି ବିଜୟ ପରେ ସବୁଠି ଖୁସିର ମାହୋଲ । ଦୀର୍ଘ ୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା ।

ଏହି ସଫଳତାର ସାରା ଓଡ଼ିଶା ଖୁସି । ପୁରୀ ଜିଲ୍ଲା ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦିତା କରିଥିଲେ । ଫାଇନାଲରେ ପଦକ ହାସଲ କରିପାରି ନଥିଲେ ବି ନିରାଶ କରିନାହାନ୍ତି କିଶୋର । ସେ ପଞ୍ଚମ ସ୍ଥାନରେ ଅଛନ୍ତି ।

kishore_jena

ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଥିସହ ସେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି । ଏହା ପରେ ଓଡିଶାବାସୀ ପୁରା ଖୁସି ।

କିଶୋର ନିଜର ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିଲେ । ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରି ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି ।

ସେପଟେ ପୁଣି ଇତିହାସ ରଚିଲେ ସୁନା ପୁଅ । ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ରେ ଜିତିଲେ ସ୍ୱର୍ଣ୍ଣ । ୮୮.୧୭ ମିଟରକୁ ଜାଭେଲିନ୍ ଫିଙ୍ଗି ଏହି କୃତିତ୍ୱ ସେ ହାସଲ କରିଛନ୍ତି ।

ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ ହେଲେ ଦ୍ୱିତୀୟ ଥ୍ରୋରେ ସେ ୮୮.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି । ଆଉ ରଚିଥିଲେ ଇତିହାସ । ପାକିସ୍ତାନର ଆର୍ଶଦ ନଦିମ ୮୭.୮୨ ମିଟର ଥ୍ରୋ ସହିତ ରୌପ୍ଯ ପଦକ ଜିତିଛନ୍ତି । ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ ୮୬.୬୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ପଦକକୁ ହାସଲ କରିଥିଲେ ।

କୌଣସି ଆଥଲେଟ୍ ପୁରା ମୁକାବିଲାରେ ନୀରଜଙ୍କ ଠାରୁ ଅଧିକ ଦୂର ଅତିକ୍ରମ କରିପାରି ନଥିଲେ । ଆଉ ଶେଷରେ ସାରା ଭାରତ ପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+