ଆଜିଠୁ ବିଶ୍ୱକପ୍ ୨୦୨୩ ୱାର୍ମ ଅପ୍ ମ୍ୟାଚ୍: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ODI World 2023 Warm Up Match: ଅକ୍ଟୋବର ୫ରୁ ଭାରତ ଆୟୋଜନ ହେବାକୁ ଥିବା ବିଶ୍ୱକପ୍ 2023 ପୂର୍ବରୁ ଦଳ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଆଜିଠାରୁ ଅର୍ଥାତ୍ ୨୯ ସେପ୍ଟେମ୍ବରରୁ ୱାର୍ମ ଅପ୍ ମ୍ୟାଚ୍ ଆରମ୍ଭ ହୋଇଛି । 29 ସେପ୍ଟେମ୍ବରରୁ 3 ଅକ୍ଟୋବର ମଧ୍ୟରେ ମୋଟ 10 ଟି ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ । ଏହି କ୍ରମରେ ଆଜି ମୋଟ ତିନୋଟି ୱାର୍ମ ଅପ୍ ମ୍ୟାଚ୍ ହେବ ।

ଆଜି କାହାର ୱାର୍ମ ଅପ୍ ମ୍ୟାଚ୍ ?
ଆଜିର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଗୁଆହାଟୀରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ମଧ୍ୟରେ ଥିରୁଅନନ୍ତପୁରମରେ ଖେଳାଯିବ ଏବଂ ତୃତୀୟ ମ୍ୟାଚ୍ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ । ସମସ୍ତ ୱାର୍ମ ଅପ୍ ମ୍ୟାଚ୍ ଅପରାହ୍ନ 2ଟାରୁ ଖେଳାଯିବ ।

world_cup_warm_up_match

ୱାର୍ମ ଅପ୍ ମ୍ୟାଚ୍ ଲିଷ୍ଟ

ସେପ୍ଟେମ୍ବର 30, 2023 - ଶନିବାର- ଭାରତ ବନାମ ଇଂଲଣ୍ଡ, ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି
ସେପ୍ଟେମ୍ବର 30, 2023 - ଶନିବାର- ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ, ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁଅନନ୍ତପୁରମ୍

ଅକ୍ଟୋବର 2 ର ୱାର୍ମ ଅପ୍ ମ୍ୟାଚ୍

ଇଂଲଣ୍ଡ ବନାମ ବାଂଲାଦେଶ, ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି
ନ୍ୟୁଜିଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁବନନ୍ତପୁରମ୍

ଅକ୍ଟୋବର 3 ୱାର୍ମ ଅପ୍ ମ୍ୟାଚ୍
ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା, ବାରସାପରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି
ଭାରତ ବନାମ ନେଦରଲ୍ୟାଣ୍ଡ, ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଥିରୁଅନନ୍ତପୁରମ୍
ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ

ୱାର୍ମ ଅପ୍ ମ୍ୟାଚ୍ କୁ କେଉଁଠାରେ ଦେଖିବେ
ବିଶ୍ୱକପ୍ 2023 ପୂର୍ବରୁ ଖେଳାଯାଉଥିବା ସମସ୍ତ ୱାର୍ମ ଅପ୍ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଡିଜନି ପ୍ଲସ୍ ହଟଷ୍ଟାର୍ ଆପ୍ ରେ ମାଗଣାରେ ଉପଲବ୍ଧ ହେବ । ଏହା ବ୍ୟତୀତ, ଆପଣ ଷ୍ଟାର ସ୍ପୋର୍ଟସର ବିଭିନ୍ନ ନେଟୱାର୍କରେ ଟିଭିରେ ଏହି ମ୍ୟାଚ୍ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+