ଭାରତୀୟ ବିଶ୍ୱକପ ଦଳରେ ବଡ଼ ପରିବର୍ତ୍ତନ, ଆହତ ଅକ୍ସର ପଟେଲଙ୍କ ସ୍ଥାନ ନେଲେ ଅଶ୍ୱିନ

R Ashwin Replace Axar Patel: ବିଶ୍ୱକପ 2023 ପାଇଁ ଭାରତୀୟ ଦଳରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଷ୍ଟାର ସ୍ପିନର ଆର ଅଶ୍ୱିନ ଅଲରାଉଣ୍ଡର ଅକ୍ସର ପଟେଲଙ୍କ ସ୍ଥାନ ନେଇଛନ୍ତି ।

ଅକ୍ସର ପଟେଲ ଆହତ କାରଣରୁ ଦଳଠାରୁ ଦୂରରେ ରହିଛନ୍ତି । ଏଥି ସହିତ ଅଶ୍ୱିନଙ୍କୁ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରଯାଇଥିଲା । ଯେଉଁଥିରେ ସେ ବଲ ସହିତ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ । ଅକ୍ସରଙ୍କ ଆଘାତ ଅଶ୍ୱିନଙ୍କ ପାଇଁ ଏକ ସୁଯୋଗ ବୋଲି ପ୍ରମାଣିତ ହୋଇଛି ।

ODI World Cup 2023

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ 4ଟି ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ମାଧ୍ୟମରେ ଦୀର୍ଘ ସମୟ ପରେ ଅଶ୍ୱିନ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପୂର୍ବରୁ ଅଶ୍ୱିନ 21 ଜାନୁୟାରୀ 2022 ରେ ଭାରତ ପାଇଁ ତାଙ୍କର ଶେଷ ଶେଷ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ମେଗା ଇଭେଣ୍ଟ ପାଇଁ ଭାରତୀୟ କ୍ରିକେଟ୍ ଦଳର ଏକ ଅଂଶ କରାଯାଇଛି । ସେ ଏପର୍ଯ୍ୟନ୍ତ ଭାରତ ପାଇଁ 115ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ସୂଚନାଥାଉ କି, ଏସିଆ କପ୍ 2023 ର ସୁପର-4 ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ଅକ୍ସର ପଟେଲ ଆହତ ହୋଇଥିଲେ । ଅକ୍ସରଙ୍କ ଆଘାତ ବିଷୟରେ କଳ୍ପନାଜଳ୍ପନା ଜାରି ରହିଥିଲା ଯେ ସେ ବିଶ୍ୱକପ ପୂର୍ବରୁ ସୁସ୍ଥ ହୋଇଯିବେ, କିନ୍ତୁ ତାହା ହୋଇ ନଥିଲା ।

ଅଶ୍ୱିନ୍ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳନ୍ତି । ଏପର୍ଯ୍ୟନ୍ତ ସେ 94ଟି ଟେଷ୍ଟ, 115ଟି ଦିନିକିଆ ଏବଂ 65 ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଅଶ୍ୱିନ ଟେଷ୍ଟରେ 489, ଦିନିକିଆରେ 155 ଏବଂ ଟି-20 ଇଣ୍ଟରନ୍ୟାସନାଲରେ 72 ୱିକେଟ୍ ନେଇଛନ୍ତି । ବଲ୍ ବ୍ୟତୀତ ଅଶ୍ୱିନ୍ ମଧ୍ୟ ବ୍ୟାଟ୍ ସହିତ ଚମତ୍କାର କରିବାର କ୍ଷମତା ରଖିନ୍ତି । ସେ ଟେଷ୍ଟରେ 5 ଶତକ ଏବଂ 14 ଅର୍ଦ୍ଧଶତକ ହାସଲ କରିଛନ୍ତି । ଦିନିକିଆରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

  • ବିଶ୍ୱକପ ଭାରତର ଚୁଡ଼ାନ୍ତ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଆର ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମିଜ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+