ବିଶ୍ୱକପ ବିଶେଷ: ଭାରତକୁ 'ବ୍ଲାକ କ୍ୟାପ୍' ଭୟ, 20 ବର୍ଷରେ ହାସଲ କରିପାରି ନାହିଁ ଗୋଟିଏ ବି ବିଜୟ

IND vs NZ in ICC Tournaments: ଗତ ଦୁଇ ଦଶନ୍ଧି ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଭାରତ ପାଇଁ ସବୁଠାରୁ ବଡ ଆହ୍ୱାନ ପାଲଟିଛି । ଗତ 20 ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଥରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରି ନାହିଁ । ଏହି ଅବଧି ମଧ୍ୟରେ ଟିମ୍ ଇଣ୍ଡିଆକୁ କ୍ରିକେଟର ତିନୋଟି ଫର୍ମାଟରେ କିୱି ଦଳଠୁ ପ୍ରତିଥର ପାରସ୍ତ ହୋଇଛି ।

ଶେଷ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟ ବା ବିଶ୍ୱକପ 2003 ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ସେଞ୍ଚୁରିଅନରେ ଭାରତ 7 ୱିକେଟରେ ଜିତିଥିଲା । ସେବେଠାରୁ ଆଇସିସି ଟୁର୍ନାମେଣ୍ଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ 5 ଥର ସଂଘର୍ଷ କରିଥିଲେ ମଧ୍ୟ ପ୍ରତିଥର କିୱି ଦଳ ଜିତିଛି ।

ODI World Cup 2023
  • 1. ଟି -20 ବିଶ୍ୱକପ 2007: ପ୍ରଥମ ଟି-20 ବିଶ୍ୱକପର ସୁପର-8 ର ପ୍ରଥମ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରଥମେ ବ୍ୟାଟିଂ କରି କିୱି ଦଳ 190 ରନ୍ ସଂଗ୍ରହ କରିଥିଲା, ଏହାର ଉତ୍ତରରେ ଭାରତୀୟ ଦଳ ମାତ୍ର 180 ରନ୍ ସ୍କୋର କରିପାରିଥିଲା ।
  • 2. ଟି-20 ବିଶ୍ୱକପ 2016: ଏଥର ଭାରତ ନିଜ ଘରେ ନ୍ୟୁଜିଲାଣ୍ଡ ହାତରେ ଏକ ପରାଜୟ ବରଣ କରିଥିଲା ​​। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ମାତ୍ର 126 ରନ୍ ସ୍କୋର କରିପାରି ଥିଲା । ​​କିନ୍ତୁ ଟିମ୍ ଇଣ୍ଡିଆ ମାତ୍ର 79 ରନ୍ ପାଇଁ ଆଉଟ୍ ହୋଇଥିଲା ।
  • 3. ବିଶ୍ୱକପ୍ 2019 ସେମିଫାଇନାଲ୍: ଗତ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଏବଂ ଭାରତ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରୁଥିବାବେଳେ ନ୍ୟୁଜିଲାଣ୍ଡ 239 ରନ୍ ସଂଗ୍ରହ କରିଥିଲା । ଏହାର ଉତ୍ତରରେ ଟିମ୍ ଇଣ୍ଡିଆ ମାତ୍ର 221 ରନ୍ ସ୍କୋର କରିପାରିଥିଲା ।
  • 4. ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2021: ବିଶ୍ୱ ଟେଷ୍ଟ ଚାମ୍ପିଅନସି ର ଫାଇନାଲରେ ଭାରତୀୟ ଦଳ ଏହାର ପ୍ରଥମ ଇନିଂସରେ 217 ରନ୍ ସ୍କୋର କରିପାରିଥିଲା । ଏହା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 249 ରନ୍ ସଂଗ୍ରହ କରିଥିଲା । ଏଠାରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ 170 ରନରେ ସୀମିତ ଥିଲା, ଏହାର ଜବାବରେ କିୱି ଦଳ ସହଜରେ 140 ରନର ଲକ୍ଷ୍ୟ ହାସଲ କରି ନେଇଥିଲା ।
  • 5. ଟି-20 ବିଶ୍ୱକପ୍ 2020: ଏହି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଭାରତ ପାଇଁ ଏକ ଡୁ କିମ୍ବା ଡାଏ ମ୍ୟାଚ୍ ଥିଲା । କିନ୍ତୁ ଏଠାରେ କିୱି ବୋଲରମାନେ ଭାରତକୁ ମାତ୍ର 110 ରନରେ ସୀମିତ ରଖିଥିଲେ । 111 ରନ୍ ଲକ୍ଷ୍ୟ ହାସଲ କରିବାକୁ କିୱି ଦଳ ମାତ୍ର 14.3 ଓଭର ନେଇଥିଲେ । ଏହି ମ୍ୟାଚରେ ପରାଜୟ ସହ ଭାରତୀୟ ଦଳ ବିଶ୍ୱକପରୁ ବାଦ ପଡିଥିଲା ।

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ଖେଳସୂଚୀ

  • 8 ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ, ଚେନ୍ନାଇ
  • ଅକ୍ଟୋବର 11: ଭାରତ ବନାମ ଆଫଗାନିସ୍ତାନ, ଦିଲ୍ଲୀ
  • 14 ଅକ୍ଟୋବର: ଭାରତ ବନାମ ପାକିସ୍ଥାନ, ଅହମ୍ମଦାବାଦ
  • ଅକ୍ଟୋବର 19: ଭାରତ ବନାମ ବାଂଲାଦେଶ, ପୁଣେ
  • 22 ଅକ୍ଟୋବର: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ଧରମସାଲା
  • 29 ଅକ୍ଟୋବର: ଭାରତ ବନାମ ଇଂଲଣ୍ଡ, ଲକ୍ଷ୍ନୌ
  • ନଭେମ୍ବର ୨ :: ଭାରତ ବନାମ ଶ୍ରୀଲଙ୍କା, ମୁମ୍ବାଇ
  • 5 ନଭେମ୍ବର: ଭାରତ ବନାମ ଦକ୍ଷିଣ ଆଫ୍ରିକା, କୋଲକାତା
  • ନଭେମ୍ବର 12: ଭାରତ ବନାମ ନେଦରଲ୍ୟାଣ୍ଡ, ବେଙ୍ଗାଲୁରୁ

ବିଶ୍ୱକପ ପାଇଁ ଭାରତୀୟ ଦଳ:

  • ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଷାନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+