ଟସ୍ ଜିତି ପ୍ରଥମେ ପାକିସ୍ତାନର ବୋଲିଙ୍ଗ, ନ୍ୟୁଜିଲାଣ୍ଡ ଦଳକୁ ଫେରିଲେ ଅଧିନାୟକ କେନ୍ ୱିଲିୟମସନ୍
ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରୁଛି ପାକିସ୍ତାନ । ଉଭୟ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦୁଇ ଦଳ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଯେଉଁ ଦଳ ମ୍ୟାଚ୍ ହାରିବ, ତାର ସେମି ରାସ୍ତା ସେତେ କଷ୍ଟ ସାଧ୍ୟ ହେବ । ନ୍ୟୁଜିଲାଣ୍ଡ ଦଳକୁ ଅଧିନାୟକ କେନ୍ ୱିଲିୟମସନ୍ ଫେରିଛନ୍ତି ।
ଆଇସିସି ଦିନିକିଆ ବିଶ୍ୱକପ୍ର 35 ତମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ପରସ୍ପର ଭେଟିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସାତୋଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ସାତୋଟି ମ୍ୟାଚ ମଧ୍ୟରୁ ତିନୋଟି ଜିତି ପଞ୍ଚମ ସ୍ଥାନରେ ରହିଛି । ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ ସମସ୍ତେ ନଜର ରଖିବେ କାରଣ ଏହି ମ୍ୟାଚ୍ ପରେ ସମୀକରଣ ଏପରି ଯେ ଏହି ବିଶ୍ୱକପରେ ଚାରିଟି ଦଳର ଯାତ୍ରା ଶେଷ ହେବ ।

ନ୍ୟୁଜିଲ୍ୟାଣ୍ଡ (ଏକାଦଶ): ଡେଭନ୍ କନୱେ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଥୀ ଏବଂ ଟ୍ରେଣ୍ଟ ବୋଲ୍ଟ
ପାକିସ୍ତାନ (ଏକାଦଶ): ଅବଦୁଲ୍ଲା ଶାଫିକ୍, ଫଖର ଜମାନ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ କିପର), ଇଫ୍ଟିଖର ଅହମ୍ମଦ, ସୌଦ ଶକିଲ, ଆଗା ସଲମାନ, ଶାହିନ ଆଫ୍ରିଦି, ହାସନ ଅଲି, ମହମ୍ମଦ ୱାସିମ ଜୁନିଅର୍, ହାରିସ ରଫ
ବାଂଲାଦେଶ ବିପକ୍ଷରେ ଆଣ୍ଠୁରେ ଆଘାତ ଲାଗି ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ବିଶ୍ୱକପରୁ ବାଦ୍ ଦିଆଯାଇଛି । ତାଙ୍କ ବଦଳରେ ଦ୍ରୁତ ବୋଲରପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଡକାଯାଇଛି ।
ସେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷ ଭାରତ ମ୍ୟାଚରୁ ବଞ୍ଚିତ ହୋଇଥିଲେ । ଭାରତର ଆଉ ଦୁଇଟି ଲିଗ୍ ମ୍ୟାଚ୍ ଅଛି, ସେମିଫାଇନାଲ ପାଇଁ ଟିକେଟ କାଟି ସରିଛି ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଉ ଗୋଟେ ମ୍ଯାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳିବାକୁ ଯାଉଛି ।












Click it and Unblock the Notifications