ଦିନିକିଆ ଅଧିନାୟକ ପଦ: ଛାଡୁ ନଥିଲେ କୋହଲି, ଛଡାଇ ନେଲା ବିସିସିଆଇ
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦିନିକିଆ ଦଳର ଅଧିନାୟକତ୍ୱରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେବାକୁ ବିରାଟଙ୍କୁ 48 ଘଣ୍ଟାର ମହଲତ ଦେଇଥିଲା । କିନ୍ତୁ 49 ଘଣ୍ଟାରେ ପରେ ମଧ୍ୟ ବିରାଟଙ୍କ ଉତ୍ତର ନ ଆସିବାରୁ ରୋହିତ ଶର୍ମାଙ୍କୁ ଏହି ପଦ ଦେବା ପାଇଁ ବିସିସିଆଇ ବ
ନୂଆଦିଲ୍ଲୀ: 'ବିରାଟ୍' ଝଟକା । କୋହଲିଙ୍କ କାନ୍ଧରୁ ଗଲା ଅଧିନାୟକ ପଦ । ବିସିସିଆଇର ବଡ ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା । କିନ୍ତୁ ଏହାରି ଭିତରେ ଏକ ବଡ ଓ ରୋମାଞ୍ଚକର ଖବର ସାମ୍ନାକୁ ଆସିଛି । ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁସାରେ, ବିରାଟଙ୍କୁ ନିଜର ପକ୍ଷ ରଖିବା ପାଇଁ ଦିଆଯାଇଥିବା 48 ଘଣ୍ଟାର ମହଲତ ପରେ ଏହି ବଡ ନିଷ୍ପତ୍ତି ନେଇଥିଲା ବିସିସିଆଇ ।

48 ଘଣ୍ଟାର ସମସୟ ଦିଆଯାଇଥିଲା, ଉତ୍ତର ରଖିଲେନି କୋହଲି
ବିସିସିଆଇ ବିରାଟ କୋହଲିଙ୍କୁ ଭାରତର ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିଛି। କୋହଲି ଟି-20 ଅଧିନାୟକତ୍ୱ ଛାଡି ସାରିଛନ୍ତି। ଜାଣିବାକୁ ମିଳିଛି ଯେ, ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦିନିକିଆ ଦଳର ଅଧିନାୟକତ୍ୱରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେବାକୁ ବିରାଟଙ୍କୁ 48 ଘଣ୍ଟାର ମହଲତ ଦେଇଥିଲା । କିନ୍ତୁ 49 ଘଣ୍ଟାରେ ପରେ ମଧ୍ୟ ବିରାଟଙ୍କ ଉତ୍ତର ନ ଆସିବାରୁ ରୋହିତ ଶର୍ମାଙ୍କୁ ଏହି ପଦ ଦେବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା ।

ଉଲ୍ଲେଖଥାଉ କି, ବିରାଟ କୋହଲିଙ୍କ ବରଖାସ୍ତ ବିସିସିଆଇ ବିବୃତ୍ତିରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । କେବଳ ଚୟନ କମିଟି ରୋହିତ ଶର୍ମାଙ୍କୁ ଦିନିକିଆ ଅନ୍ତର୍ଜାତୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି ବୋଲି ଉଲ୍ଲେଖ ରହିଛି ।
୨୦୨୩ ବିଶ୍ୱକପକୁ ନଜରରେ ରଖି ବିସିସିଆଇ ରୋହିତଙ୍କ ହାତରେ ଅଧିନାୟକ ପଦ ଦେଇଛି । ହେଲେ ଏଯାଏଁ ବିରାଟଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ । ରିପୋର୍ଟ ଅନୁସାରେ କୋହଲି ୨୦୨୩ ଯାଏଁ ଟିମ ଇଣ୍ଡିଆ ଦିନିକିଆ ଟିମର ଅଧିନାୟକ ହୋଇ ରହିବାକୁ ଚାହୁଁଥିଲେ ।












Click it and Unblock the Notifications