ଓଡ଼ିଶା ଫେରିବେ ଶୁଭ୍ରାଂଶୁ ସେନାପତି; ସୂଚନା ଦେଲେ OCA ସମ୍ପାଦକ
ଓଡିଶା କ୍ରିକେଟର ପ୍ରତିଭାବାନ ଖେଳାଳି ଶୁଭ୍ରାଂଶୁ ସେନାପତି ପୁଣି ଥରେ ନିଜ ରାଜ୍ୟକୁ ଫେରିବାକୁ ଯାଉଛନ୍ତି ।
ଗତ ବର୍ଷ ଓଡ଼ିଶା କ୍ରିକେଟ ଛାଡି ମଧ୍ୟପ୍ରଦେଶ କ୍ରିକେଟ ଦଳ ସହିତ ଯୋଗ ଦେଇଥିବା ଶୁଭ୍ରାଂଶୁ ପାଖାପାଖି ଗୋଟିଏ ସିଜିନ୍ ମଧ୍ୟପ୍ରଦେଶ ପକ୍ଷରୁ ଖେଳିସାରିଛନ୍ତି । ଏବେ ସେ ଓଡିଶାକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଶୁଭ୍ରାଂଶୁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନକୁ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC ପାଇଁ ଆବେଦନ କରିଥିଲେ। ଏହି NOC ମିଳିବା ପରେ ଶୁଭ୍ରାଂଶୁ ଓଡିଶା କ୍ରିକେଟ ଦଳ ସହିତ ପୁଣି ଥରେ ଯୋଗ ଦେବେ । ଏ ସମ୍ପର୍କରେ ଓଡିଶା କ୍ରିକେଟ ଆସୋସିଏସନ (OCA) ର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।












Click it and Unblock the Notifications