NZ vs SA: ଦ୍ବିତୀୟ ସେମିରେ ନ୍ୟୁଜିଲାଣ୍ଡ୍-ଦକ୍ଷିଣ ଆଫ୍ରିକା
ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡ୍ ଭେଟିବ ଦକ୍ଷିଣ ଆଫ୍ରିକାକୁ। ନ୍ୟୁଜିଲାଣ୍ଡ୍ ଗ୍ରୁପ୍ 'ଏ' ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର ଭାବେ ଆତ୍ମବିଶ୍ବାସରେ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ଲିଗ୍ ଖେଳିବାକୁ ଦୁବାଇ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ୍ ଦଳ ଏବେ ନିଜର ଲକି ଗ୍ରାଉଣ୍ଡ୍ ଲାହୋରକୁ ଫେରିଥିବାରୁ ବି ଆତ୍ମପ୍ରସନ୍ନ ରହିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

ପାକିସ୍ତାନକୁ ମଧ୍ୟ ଏକ ୱାର୍ମ ଅପ୍ ମ୍ୟାଚ୍ରେ ହରାଇଥିଲା। ଏହି ପଡ଼ିଆରେ ଦଳ ପାଇଁ ସକାରାତ୍ମକ ଭାବନା ଜଡ଼ିତ ଥିବାରୁ ଆମ ଅଭିଜ୍ଞତା ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍ ପ୍ରକାଶ କରିଛନ୍ତି। ଦୁବାଇର ସ୍ପିନ୍ ଆଧିପତ୍ୟ ପିଚ୍ରେ ଆମ ୩ ଜଣିଆ ପେସ୍ ବାହିନୀ ଭାରତକୁ ୨୪୯/୯ରେ ରୋକିଥିବାରୁ ଆମେ ବି ଏଠାରେ ସେହି ୩ ଜଣଙ୍କୁ ନେଇ ଖେଳିବୁ ବୋଲି ଷ୍ଟିଡ୍ ସ୍ପଷ୍ଟ କରିଛନ୍ତି। ଲାହୋରରେ ବିଗତ ଦୁଇଟି ବିଜୟ ହାସଲ କରିବାବେଳେ ନ୍ୟୁଜିଲାଣ୍ଡ୍ ଉଭୟ ଥର ୩୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ଏକ ଭିନ୍ନ ଦଳ ବୋଲି ଷ୍ଟିଡ୍ ସ୍ବୀକାର କରିଛନ୍ତି।
ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟ୍ରେ ପରାସ୍ତ କରିଛି। ୨୬୫ ରନର ଲକ୍ଷ୍ୟକୁ ପିଛା କରି ବିରାଟ କୋହଲି ୮୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଯେତେବେଳେ ସେ ଆଉଟ ହୋଇଥିଲେ, ଭାରତ ବିଜୟର ନିକଟତର ଥିଲା। ପୂର୍ବରୁ ଭାରତୀୟ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୨୬୪ ରନରେ ସୀମିତ ରଖିଥିଲେ। ଏହି ବିଜୟ ସହିତ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛି। ଏହି ବିଜୟରେ ସମଗ୍ର ଦଳ ଯୋଗଦାନ ଦେଇଥିଲା କିନ୍ତୁ ଏଠାରେ ଆମେ ଆପଣଙ୍କୁ ସେହି ୩ ଜଣ ଖେଳାଳିଙ୍କ ବିଷୟରେ କହୁଛୁ ଯେଉଁମାନେ ବିଜୟର ସବୁଠାରୁ ବଡ଼ ନାୟକ ପ୍ରମାଣିତ ହୋଇଛନ୍ତି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications