ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ, ଫଲୋଅନ୍ ପରେ ଇଂଲଣ୍ଡକୁ ୧ ରନରେ ହରାଇଲା
ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଫଲୋଅନ ନେବା ପରେ ଇଂଲଣ୍ଡକୁ ୧ ରନରେ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ପ୍ରଦତ୍ତ ୨୫୮ ରନ୍ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ପଞ୍ଚମ ଦିନରେ ୨୫୬ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା ।

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଫଲୋଅନ ନେବା ପରେ ଇଂଲଣ୍ଡକୁ ୧ ରନରେ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ପ୍ରଦତ୍ତ ୨୫୮ ରନ୍ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ପଞ୍ଚମ ଦିନରେ ୨୫୬ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା ।
୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ଦଳ ୪୮ ରନ ସଂଗ୍ରହ କରି ନେଇଥିଲା । ଅନ୍ତିମ ଦିବସରେ ଇଂଲଣ୍ଡକୁ ୨୧୦ ରନ ଅବାଶ୍ୟକ ହେଉଥିବା ବେଳେ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୯ ଓ୍ବିକେଟ୍ । ହେଲେ ପ୍ରଥମ ଏକ ଘଣ୍ଟା ଖେଳରେ ମାତ୍ର ୩୨ ରନରେ ଇଂଲଣ୍ଡ ୪ ୱେକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହା ପରେ ଜୋ ରୁଟ୍ ଏବଂ ବେନ୍ ଷ୍ଟୋକ୍ସ ୧୨୧ ରନ୍ ଭାଗିଦାରୀ କରି ଦଳର ବିଜୟ ଆଶା ସଞ୍ଚାର କରିଥିଲେ ।
ତେବେ ମଧ୍ୟାହ୍ନ ଭୋଜନ ସୁଦ୍ଧା ଇଂଲଣ୍ଡ ୫ ୱିକେଟ୍ ପାଇଁ ୧୬୮ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ସ୍କୋର ୨୦୧ ରନ୍ ହୋଇଥିବା ବେଳେ ଷ୍ଟୋକ୍ସଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡ ପେସର୍ ନିଲ୍ ଓ୍ବାଗନର ଏହି ଯୋଡ଼ି ଭାଙ୍ଗିଥିଲେ । ସେ ୧୧୬ ବଲରୁ ୩୩ ରନ୍ କରିଥିଲେ। ଏହାପରେ ଜୋ ରୁଟ୍ (୯୫) ମଧ୍ୟ ପାଭିଲିୟନକୁ ଫେରିଥିଲେ ଓ ଇଂଲଣ୍ଡ ସେତେବେଳେ ୨୦୨ ରନରେ ୭ ୱିକେଟ୍ ହରାଇ ଦେଇଥିଲା ।
ଷ୍ଟୋକ୍ସ ଓ ରୁଟ୍ ଆଉଟ୍ ହୋଇଯିବା ପରେ ୱିକେଟକିପର ବ୍ୟାଟର ବେନ୍ ଫୋକ୍ସ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ, ଓ ଦଳକୁ ବିଜୟଲକ୍ଷ୍ୟର ନିକଟରେ ପହଞ୍ଚାଇଥିଲେ । ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଖସୁଥିବା ବେଳେ ମ୍ୟାଚରେ ପୁଣି ନାଟକୀୟ ମୋଡ଼ ଆସିଥିଲା । ଫୋକ୍ସଙ୍କୁ ଆଉଟ୍ କରି ସାଉଦି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ଫୋକ୍ସ ୫୭ ବଲରୁ ୩୫ ରନ ସଂଗ୍ରହ କରିଥିଲେ। ହାତରେ ଗୋଟିଏ ୱିକେଟ୍ ବାକି ଥାଇ ଇଂଲଣ୍ଡକୁ ଆଉ ୨ ରନ୍ ଆବଶ୍ୟକ ହେଉଥିବା ବେଳେ ଜେମ୍ସ ଆଣ୍ଡରସନଙ୍କୁ ୱିକେଟ୍ କିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ୱାଗନର ନ୍ୟୁଜିଲାଣ୍ଡର ୧ ରନ୍ ବିଜୟ ନିଶ୍ଚିତ କରିଥିଲେ । ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ନୀଲ ୱାଗନର ୪ଟି ଏବଂ ଟିମ ସୌଥୀ ୩ଟି ୱିକେଟ ହାସଲ କରିଥିଲେ ।
ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୩୫ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୦୯ ରନ କରି ଫଲୋଅନ ହୋଇଥିଲା । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୪୮୩ ରନ ସଂଗ୍ରହ କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୨୫୮ ରନ୍ ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। କେନ ୱିଲିୟମସନ ୧୩୨ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।
ତେବେ ଇଂଲଣ୍ଡ ଓ ଭାରତ ପରେ ନ୍ୟୁଜିଲାଣ୍ଡ ବିଶ୍ଵର ତୃତୀୟ ଦଳ ଭାବେ ଫଲୋଅନ୍ ହେବା ପରେ ଜିତିଛି । ଟେଷ୍ଟ ଇତିହାସରେ କେବଳ ଚତୁର୍ଥ ଥର ଏପରି ହୋଇଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ ୧୮ ରନରେ ଅଷ୍ଟ୍ରେଲିଆକୁ, ୨୦୦୧ରେ ଭାରତ ୧୭୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଏହାଛଡ଼ା ଟେଷ୍ଟ କ୍ରିକେଟରେ ଦ୍ବିତୀୟ ଥର ପାଇଁ ଗୋଟିଏ ଦଳ ୧ ରନରେ ବିଜୟ ହାସଲ କରିଛି । ଏହି ରୋମାଞ୍ଚକ ବିଜୟ ସହ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର କରିଛି ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications