T20 World Cup: ଟି-୨୦ ବିଶ୍ବକପ୍ରେ ଆଉ ଏକ ବଡ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ୮୪ ରନରେ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ
ଚଳିତ ଟି-୨୦ ବିଶ୍ବକପ୍ରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ । ବ୍ଲାକ୍ କ୍ୟାପ୍ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ । ମାତ୍ର ୭୫ ରନ୍ରେ ଅଲଆଉଟ୍ ହୋଇ ନ୍ୟୁଜିଲାଣ୍ଡ ଦଳ ।
ଶୋଚନୀୟ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍ ସ୍କୋର କରିଥିଲା। ଯାହାଫଳରେ ନ୍ୟୁଜିଲାଣ୍ଡ ଆଗରେ ୧୬୦ ରନ୍ର ବିଜୟ ଲକ୍ଷ୍ୟ ଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ମାତ୍ର ୭୫ ରନ୍ ସ୍କୋରରେ ଅଲଆଉଟ୍ ହୋଇ ଯାଇଥିଲା। ଆଫଗାନିସ୍ତାନ ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

ଆଫଗାନିସ୍ତାନ ଟିମ୍ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଦମଦାର ବିଜୟ ହାସଲ କରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳକୁ ପରାଜିତ କରିଛି ଆଫଗାନିସ୍ତାନ।
ରସିଦ୍ ଖାନ, ଫଜଲହକ ୪ଟି ଲେଖାଏଁ ଓ୍ବିକେଟ ନେଇ ଦଳକୁ ସହଜ ବିଜୟ ଦେଇଥିଲେ। ସେହିପରି ପ୍ରଥମ ଇନିଂସରେ ରହମାନୁଲହା ଗୁରବାଜଙ୍କ ୮୦ ଓ ଇବ୍ରାହିମ୍ଙ୍କ ୪୧ ରନ୍ ସ୍କୋର ଆଫଗାନିସ୍ତାନ ଟିମ୍କୁ ଦୃଢ଼ ସ୍ଥିତିରେ ପହଁଞ୍ଚାଇଥିଲା।












Click it and Unblock the Notifications