ଏବେ ନୁହେଁ, ବିଶ୍ୱକପ୍ ଜିତିବା ପରେ ବାଣ ଫୁଟାଅ: ରୋହିତ ଶର୍ମା
ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଟାଇଟଲ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ମନ୍ତବ୍ୟ ଦେଇ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଫାଇନାଲ ମ୍ୟାଚରେ ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିବା ବେଳେ ଷ୍ଟାଡିୟମରେ ବାଣ ଫୁଟୁଥିବାରୁ ତାଙ୍କୁ କିଛି ସମୟ ଚୁପ ରହିବାକୁ ପଡିଥିଲା ।
ଏହା ପରେ ରୋହିତ ହଠାତ୍ କହିଥିଲେ ଯେ, ବିଶ୍ୱକପ ଜିତିବା ପରେ ଏହାକୁ ଫୁଟାଇବ। ଏହା ଶୁଣି ସେଠାରେ ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ। ତେବେ ରୋହିତଙ୍କ ଏହି ମନ୍ଟବ୍ୟ ପରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ ହାସଲ କରିବାକୁ ଆତ୍ମବିଶ୍ୱାସରେ ଭରପୁର ରହିଛି ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କର ଏହି ମନ୍ତବ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁଥିବା ବେଳେ ଭାରତୀୟଙ୍କ ଉତ୍ସାହକୁ ଦୁଇଗୁଣ କରିଛି ।

ସୂଚନାଥାଉ କି, ରବିବାର ଏସିଆ କପ୍ ୨୦୨୩ର ଫାଇନାଲ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ୮ମ ଥର ପାଇଁ ଚାମ୍ପିଅନ ହୋଇଛି । ଭାରତର ଏହି ବିଜୟରେ ୬ ୱିକେଟ୍ ଅକ୍ତିଆର କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମହମ୍ମଦ ସିରାଜ୍ ।
ଗତକାଲିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ପରେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଆଟାକ୍ ଆଗରେ ଭାଙ୍ଗି ଯାଇଥିଲା ସିଂହଳ ଟିମର ଦମ୍ଭ । ଶ୍ରୀଲଙ୍କାର ପୁରା ଟିମ୍ 15.2 ଓଭରରେ ମାତ୍ର 50 ରନ କରି ଅଲଆଉଟ୍ ହୋଇଯାଇଥିଲେ । ଯାହା ଫଳରେ ଭାରତର ଆଗରେ ମାତ୍ର 51 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଥିଲା ।
ଏହି ସହଜ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଗୋଡ଼ାଇବା ପାଇଁ ଅଧିନାୟକ ରୋହିତଙ୍କ ବଦଳରେ ଗିଲଙ୍କ ସହ ଓଫନ କରିବାକୁ ଆସିଥିଲେ ଯୁବ ଇଶାନ କିଷନ । ଦୁଇ ଓପନର କୌଣସି ଭୂଲ ନ କରି ମାତ୍ର 37 ବଲରେ 51 ରନର ଟାର୍ଗେଟ୍ ପୂରା କରିଥିଲା । ଏହା ସହ ଭାରତର ଦିନିକିଆ କ୍ରିକେଟରେ 263 ବଲ ବାକି ଥାଇ ଏହା ସର୍ବବୃତହ ବିଜୟ ହୋଇଛି ।
ତେବେ ଶୁଭମନ ଗିଲ 19 ବଲରେ ଅପରାଜିତ 27 ରନ ସ୍କୋର କରିଥିବା ବେଳେ 18 ବଲରେ ଅପରାଜିତ23 ରନ୍ ସ୍କୋର କରିଥିଲେ ଇଶାନ କିଷନ । ଗିଲ 6ଟି ଚୌକା ମାରିଥିବା ବେଳେ ଇଶାନ କିଷନ ତିନିଟି ଚୌକା ମାରିଥିଲେ ।












Click it and Unblock the Notifications