ଟି-୨୦ କ୍ରିକେଟ ଇତିହାସରେ ନୂଆ ଘଟଣା: ମ୍ୟାଚ୍‌ ରେଜଲ୍ଟ ପାଇଁ ୩ଟି ସୁପର ଓଭର

ଟି-୨୦ କ୍ରିକେଟ ଇତିହାସରେ ଘଟିଛି ନୂଆ ଘଟଣା। ବିରଳ ରେକର୍ଡ। ଗୋଟିଏ କିମ୍ବା ଦୁଇଟି ନୁହେଁ, ମ୍ୟାଚ୍‌ ରେଜଲ୍ଟ ପାଇଁ ୩ଟି ସୁପର ଓଭର ଖେଳା ଯାଇଛି । ୩ଟି ଯାକ ସୁପର ଓଭର ଖେଳା ଯିବା ପରେ ବାହାରିଛି ମ୍ୟାଚ୍‌ ରେଜଲ୍ଟ। ଏମିତି ଏକ ଘଟଣା ଭାରତରେ ଚାଲିଥିବା ମହାରାଜ ଟ୍ରଫିରେ ଦେଖିବାକୁ ମିଳିଛି।

ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ରେକର୍ଡ ବୁକରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ପ୍ରଥମ ଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଛି ୩ଟି ସୁପର ଓଭର।

ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିଲା। ଦଳ ପକ୍ଷରୁ ମନୀଷ ପାଣ୍ଡେ ୩୩ ରନର ଇନିଂସ ଖେଳିଥିଲେ। ୧୬୫ ରନର ବିଜୟ ଲକ୍ଷ୍ୟକୁ ବ୍ଲାଷ୍ଟର୍ସ ଚେଜ କରୁଥିବା ବେଳେ ମୟଙ୍କ ୫୪ ରନ କରିଥିଲେ। ହେଲେ ଦଳ ୨୦ ଓଭରରେ କେବଳ ୧୬୪ ରନ କରିପାରିଥିଲା।

ମ୍ୟାଚ୍‌ ଟାଇ ହେବାରୁ ପ୍ରଥମ ସୁପର ଓଭର ଖେଳାଯାଇଥିଲା। ବ୍ଲାଷ୍ଟର ୧୦ ରନ କରିଥିବା ବେଳେ ଟାଇଗର୍ସ ମଧ୍ୟ ସମାନ ୧୦ ରନ କରିଥିଲା। ଦ୍ୱିତୀୟ ସୁପର ଓଭରରେ ଟାଇଗର୍ସ ୯ ରନର ଟାର୍ଗେଟ ଦେଇଥିଲା। ବ୍ଲାଷ୍ଟର୍ସ ୮ ରନ କରିଥିଲା।

World Record

ଏହା ପରେ ମ୍ୟାଚ୍‌ର ରେଜଲ୍ଟ ପାଇଁ ପ୍ରଥମଥର ପାଇଁ ଟି-୨୦ କ୍ରିକେଟରେ ଖେଳା ଯାଇଥିବା ତୃତୀୟ ସୁପର ଓଭର। ବ୍ଲାଷ୍ଟର୍ସ ମ୍ୟାଚ୍‌ ଜିତିବାକୁ ଟାଇଗର୍ସ ଆଗରେ ୧୩ ରନର ଟାର୍ଗେଟ ରଖିଥିଲା। ଶେଷ ବଲରେ ଚୌକା ମାରି ଟାଇଗର୍ସକୁ କ୍ରାନ୍ତୀ କୁମାର ବିଜୟ ଭେଟି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+