ଏସିଆ କପ୍ 2023 ଫାଇନାଲ୍ ମ୍ୟାଚ୍ ପାଇଁ ନାହିଁ ରିଜର୍ଭ ଡେ’: ବର୍ଷା ହେଲେ କିଏ ହେବ ବିଜେତା ?
Asia Cup 2023 Final: ଚଳିତ ଏସିଆ କପ୍ 2023 ଟୁର୍ଣ୍ଣାମେଣ୍ଟ ଏବେ ରୋମାଞ୍ଜକର ପରିସ୍ଥିତିରେ ପହଞ୍ଚିଛି । ଶ୍ରୀଲଙ୍କାରେ ଆୟୋଜିତ ହେଉଥିବା ଅନେକ ମ୍ୟାଚ ବର୍ଷା ପାଇଁ ବାଧା ପ୍ରାପ୍ତ ହୋଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇତି ମଧ୍ୟରେ ଏବେ ଖବର ଆସିଛି ଯେ, ଚଳିତ ଏସିଆ କପ୍ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ' ରଖାଯାଇ ନାହିଁ ।
ସଦ୍ୟତମ ଖବର ଅନୁଯାଇ, ଏସୀୟ କ୍ରିକେଟ୍ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଫାଇନାଲ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ । ଯଦି ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ପୂରା ନ ହୋଇପାରେ ତେବେ ଦୁଇ ଦଳକୁ ବିଜେତା ଘୋଷିତ କରାଯିବ ।

ଏସିଆ କପର ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବରୁ କହି ସାରିଛି। ପିସିବି କହିଛି ଯେ, ବର୍ଷା କାରଣରୁ ସେମାନେ ଶ୍ରୀଲଙ୍କା ପରିବର୍ତ୍ତେ ୟୁଏଇରେ ମ୍ୟାଚ ଆୟୋଜନ କରିବାକୁ ଚାହୁଁଥିଲେ । କିନ୍ତୁ ଏସିସି ସଭାପତି ଜୟ ଶାହା ୟୁଏଇ ପରିବର୍ତ୍ତେ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ବାଛିଥିଲେ ।
ଏସିଆ କପ ଆୟୋଜନ ସହିତ ସମଗ୍ର ବିବାଦ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏସିଆ କପ ଆୟୋଜନ କରିବାର ଅଧିକାର ପାକିସ୍ତାନର ଥିଲା । ସୁରକ୍ଷା କାରଣରୁ ଭାରତ ପାକିସ୍ତାନକୁ ଏକ ଦଳ ପଠାଇବାକୁ ମନା କରି ଦେଇଥିଲା । ଏହା ପରେ ହୋଷ୍ଟିଂ ସମ୍ବନ୍ଧୀୟ ନୂତନ ବିକଳ୍ପଗୁଡ଼ିକର ସନ୍ଧାନ ଆରମ୍ଭ ହେଲା । ପରିଶେଷରେ ହୋଷ୍ଟିଂ ପାଇଁ ଏକ ହାଇବ୍ରିଡ ମଡେଲ ନିଷ୍ପତ୍ତି ନିଆଯାଇଥିଲା ।
ଏହି ମଡେଲ ଅଧୀନରେ ପାକିସ୍ତାନରେ ୪ଟି ମ୍ୟାଚ ଆୟୋଜିତ ହେଉଛି ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଛି । ତେବେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳିବ । ଫାଇନାଲ ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଆୟୋଜିତ ହେବ। କିନ୍ତୁ ବର୍ଷା ସଙ୍କଟ ଯୋଗୁ ଫାଇନାଲ୍କୁ ନେଇ ଏବେ ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ବର୍ଷା ଋତୁରେ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇଥାଏ । ତେଣୁ ଏହି ଦୁଇ ମାସରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମ୍ୟାଚ୍ ଆୟୋଜନ କରିବାକୁ ପଛଘୁଞ୍ଚା ଦେଇଥାଏ । ବିଶେଷ କରି କଲୋମ୍ବୋରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications