Champions Trophy 2025: ଟିମ୍ ଇଣ୍ଡିଆ ଜର୍ସିରୁ ପାକିସ୍ତାନ ନାଁ ଗାୟବ; ପାକିସ୍ତାନକୁ ଝଟ୍କା ଦେଲା ଭାରତ
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ। ତଥାପି, ପାକିସ୍ତାନ ଏହି ଟୁର୍ନାମେଣ୍ଟର ଆନୁଷ୍ଠାନିକ ଆୟୋଜକ ହେବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଦଳ ପଠାଇବାକୁ ମନା କରିବା ପରେ ଭାରତ ପାଇଁ ଦୁବାଇ ହାଇବ୍ରିଡ ମଡେଲ ଗ୍ରହଣ କରାଯାଇଥିଲା।
ଟିମ୍ ଇଣ୍ଡିଆ ଜର୍ସିରୁ ପାକିସ୍ତାନ ନାଁ ଗାୟବ
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଏଥର ଟୁର୍ଣ୍ଣାମେଣ୍ଟ ଖେଳାଯିବ 'ହାଇବ୍ରିଡ୍ ମଡେଲ୍' । ପାକିସ୍ତାନର ତିନୋଟି ସହର (ରାୱଲପିଣ୍ଡି, କରାଚୀ ଏବଂ ଲାହୋର) ଓ ଦୁବାଇରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନୂଆ ବିବାଦ ତେଜିଛି ।

ଘଟଣାଟି ହେଉଛି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ପାକିସ୍ତାନ ଥାଇ ବି ଏଥର ଭାରତୀୟ କ୍ରିକେଟ ଦଳର ଜର୍ସିରେ ପାକ୍ ନାଁ ନାହିଁ । ତେବେ ଜର୍ସିରେ ପାକିସ୍ତାନ (ଆୟୋଜକ ଦେଶର ନାମ) ନଥିବାକୁ ନେଇ ଆପତ୍ତି ଉଠିଛି । ଭାରତ ଏହାର ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଦୁବାଇରେ ଖେଳିବାକୁ ପ୍ରସ୍ତୁତ । ଯଦିଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଆୟୋଜକ ରହିଛି ।
ଇଭେଣ୍ଟ ସମୟରେ, ସମସ୍ତ ଦଳର ଜର୍ସିରେ ଆୟୋଜକ ଦେଶଗୁଡ଼ିକର ନାମ ଲେଖାଯାଇଥାଏ। ଜୁନ ୨୦୨୪ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଆୟୋଜକ ଦେଶ ଥିଲେ। ଅନ୍ୟ ସମସ୍ତ ଦଳ ପରି, ଟିମ ଇଣ୍ଡିଆର ଜର୍ସିରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାର ନାମ ମଧ୍ୟ ଲେଖାଯାଇଥିଲା। ସେହିପରି, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ, କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଭାରତର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ ନାହିଁ।
ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ କ୍ରିକେଟରେ ରାଜନୀତି ଆଣୁଛି। ପୂର୍ବରୁ, ବିସିସିଆଇ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ସମାରୋହ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ଖେଳିବ।












Click it and Unblock the Notifications