ଟି-20 ବିଶ୍ୱକପ 'ଟିମ ଅଫ ଦ ଟୁର୍ଣ୍ଣାମେଣ୍ଟ'ରେ ନାହାନ୍ତି ଜଣେ ବି ଭାରତୀୟ ଖେଳାଳୀ
ବାବର ଆଜାମଙ୍କୁ ଆଇସିସି ଟି-20 ବିଶ୍ୱକପ ଦଳର ଅଧିନାୟକ କରାଯାଇଛି। ଏଥିରେ ଟିମ୍ ଇଣ୍ଡିଆର କଣସି କ୍ରିକେଟର ଅନ୍ତର୍ଭୁକ୍ତ ହୋଇନଥିବା ବେଳେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ 12 ଜଣିଆ ଦଳରେ ସ୍ଥାନ ପାଇଛନ୍ତି।
ଦୁବାଇ: ବାବର ଆଜାମଙ୍କୁ ଆଇସିସି ଟି-20 ବିଶ୍ୱକପ ଦଳର ଅଧିନାୟକ କରାଯାଇଛି। ଏଥିରେ ଟିମ୍ ଇଣ୍ଡିଆର କଣସି କ୍ରିକେଟର ଅନ୍ତର୍ଭୁକ୍ତ ହୋଇନଥିବା ବେଳେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ 12 ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ସୁପର-12 ରାଉଣ୍ଡରେ ବାହାରେ ହୋଇଥିଲା ।

ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଟିମ ଇଣ୍ଡିଆକୁ। ଏହା ପରେ ସେ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆକୁ ପରାସ୍ତ କରିଥିଲେ। ଫାଇନାଲରେ ଅପରାଜିତ 77 ଖେଳିଥିବା ଅଷ୍ଟ୍ରେଲିଆର ମିଚେଲ ମାର୍ଶ ମଧ୍ୟ ଦଳରେ ସ୍ଥାନ ପାଇ ନାହାଁନ୍ତି।
ଜୁରି ସଦସ୍ୟମାନେ ଦଳର କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇନାହାଁନ୍ତି। ଏଥିରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମ, ଦ୍ରୁତ ବୋଲର ଏନ୍ରିଚ୍ ନୋର୍କିଆ, ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଚରିତ୍ ଆସଲଙ୍କା, ଲେଗ ସ୍ପିନର ୱାନିନ୍ଦୁ ହାସରାଙ୍ଗା ଏଥିରେ ସ୍ଥାନ ପାଇଛନ୍ତି। ଏହି ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲେ। ଦଳରେ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବଂ ରନର୍ ଅପ୍ ନ୍ୟୁଜିଲାଣ୍ଡର ଖେଳାଳିଙ୍କୁ ମଧ୍ୟ ଚୟନ କରାଯାଇଛି। ଅଷ୍ଟ୍ରେଲିଆ ବିଷୟରେ କହିବାକୁ ଗଲେ ଟୁର୍ଣ୍ଣାମେଣ୍ଟର ଓପନର୍ ତଥା ଖେଳାଳି ଡେଭିଡ ୱାର୍ଣ୍ଣର, ଲେଗ ସ୍ପିନର ଆଡାମ ଜାମ୍ପା ଏବଂ ଦ୍ରୁତ ବୋଲର ଜୋଶ ହାଜଲେଉଡ ଦଳରେ ସ୍ଥାନ ପାଇଛନ୍ତି।
ହାସରାଙ୍ଗା ସର୍ବାଧିକ ୱିକେଟ୍ ନେଇଥିଲେ ଏବଂ ବାବର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ।
ଇଂଲଣ୍ଡ ଓପନର୍ ଜୋସ୍ ବଟଲର ଏବଂ ଅଲରାଉଣ୍ଡର ମୋଏନ୍ ଅଲିଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ୱାନିନ୍ଦୁ ହାସରାଙ୍ଗା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବାବେଳେ ବାବର ବାଜାମ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ୱେଷ୍ଟଇଣ୍ଡିଜର ପୂର୍ବତନ ଫାଷ୍ଟ ବୋଲର ଇୟାନ୍ ବିଶପ୍ କହିଛନ୍ତି, 'ପ୍ରତ୍ୟେକ ଦଳ ଚୟନ ଭଳି ଏହି ଦଳ ଉପରେ ମଧ୍ୟ ଆଲୋଚନା ହେବ। ପ୍ୟାନେଲ୍ ଏହିପରି ଆଲୋଚନାକୁ ସମ୍ମାନ କରେ । ଏଭଳି ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟରୁ ଦଳ ବାଛିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଚୟନର ମୁଖ୍ୟ ଆଧାର ଥିଲା ସୁପର-12 ରୁ ଫାଇନାଲ ପର୍ଯ୍ୟନ୍ତ ମ୍ୟାଚ୍ । ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ଜିତିଛି ।
ଆଇସିସି ଟି -20 ବିଶ୍ୱକପ ଦଳ
ଡେଭିଡ ୱାର୍ନର (ଅଷ୍ଟ୍ରେଲିଆ), ଜୋସ ବଟଲର (ଇଂଲଣ୍ଡ), ବାବର ଆଜାମ (କ୍ୟାପଟେନ, ପାକିସ୍ଥାନ), ଚରିତ୍ ଆସଲଙ୍କା (ଶ୍ରୀଲଙ୍କା), ଆଡେନ ମାର୍କ୍ରାମ (ଦକ୍ଷିଣ ଆଫ୍ରିକା), ମୋଇନ ଅଲି (ଇଂଲଣ୍ଡ), ୱାନିନ୍ଦୁ ହାସରାଙ୍ଗା (ଶ୍ରୀଲଙ୍କା), ଆଦାମ ଜାମ୍ପା ( ଅଷ୍ଟ୍ରେଲିଆ), ଜୋଶ ହାଜଲେଉଡ୍ (ଅଷ୍ଟ୍ରେଲିଆ), ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ), ଏନରିଚ୍ ନୋର୍କିଆ (ଦକ୍ଷିଣ ଆଫ୍ରିକା) । ଦ୍ୱାଦଶ ଖେଳାଳି - ଶାହିନ୍ ଆଫ୍ରିଦି (ପାକିସ୍ତାନ) ।












Click it and Unblock the Notifications