ବିଶ୍ବକପ ୨୦୨୩ରେ ହେବନି ଭାରତ-ପାକ୍ ଫାଇଟ୍
ଭାରତରେ ଖେଳାଯିବାକୁ ଥିବା ଆଗାମୀ ୨୦୨୩ ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହୋଇ ନପାରନ୍ତି ଭାରତ-ପାକିସ୍ତାନ। ଭାରତରେ ହେବାକୁ ଥିବା ବିଶ୍ବକପ୍ରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ପିସିବି ଅଧ୍ୟକ୍ଷ ନଜମ ସେଠୀ ଭାରତକୁ ଧମକ ଦେଇଛନ୍ତି ।
ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆଗାମୀ ୨୦୨୩ ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହୋଇ ନପାରନ୍ତି ଭାରତ-ପାକିସ୍ତାନ। ଭାରତରେ ହେବାକୁ ଥିବା ବିଶ୍ବକପ୍ରେ ପାକିସ୍ତାନ ଅଂଶଗ୍ରହଣ କରିବ ନାହିଁ ବୋଲି ପିସିବି ଅଧ୍ୟକ୍ଷ ନଜମ ସେଠୀ ଭାରତକୁ ଧମକ ଦେଇଛନ୍ତି ।

କିଛି ପାକିସ୍ତାନୀ ଚ୍ୟାନେଲ ଅନୁଯାୟୀ, ଏସିସି ବୈଠକରେ ପିସିବି ମୁଖ୍ୟ ନଜାମ ସେଠୀ ଜୟ ଶାହାଙ୍କୁ ଭେଟି ତାଙ୍କୁ ପାକିସ୍ତାନର ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି । ଗତ ବର୍ଷ ରମିଜ ରାଜାଙ୍କ ସ୍ଥାନ ନେଇଥିବା ନଜାମ ସେଠୀ କହିଛନ୍ତି ଯେ, "ଯଦି ଆପଣ ପାକିସ୍ତାନରେ ଖେଳିବାକୁ ଆସୁ ନାହାଁନ୍ତି, ତେବେ ଆମେ ଭାରତରେ ମଧ୍ୟ ଖେଳିବାକୁ ଯିବୁ ନାହିଁ । ୨୦୨୩ ବିଶ୍ୱକପରେ ପାକିସ୍ତାନ ରହିବ ନାହିଁ ।"
କହିରଖୁ କି, ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଆୟୋଜିତ ହେବାକୁ ଥିବା ଏସିଆ କପ୍ ୨୦୨୩ ରେ ଭାଗ ନେବାକୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରି ନପାରେ । ଯଦି ଦୁଇ କ୍ରିକେଟ୍ ବୋର୍ଡ ମଧ୍ୟରେ ଏସିଆ କପ୍ ସମସ୍ୟାର ସମାଧାନ ନହୁଏ ତେବେ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ୫୦ ଓଭର ବିଶ୍ୱକପକୁ ପାକିସ୍ତାନ ବର୍ଜନ କରିବ।












Click it and Unblock the Notifications