ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ
ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୭ ରନର ବିଶାଳ ସ୍କୋର କରିଛି। ଏହା ଇନ୍ଦୋରର ହୋଲକର ଷ୍ଟାଡିୟମରେ କୌଣସି ଭ୍ରମଣକାରୀ ଦଳ ଦ୍ୱାରା ସର୍ବାଧିକ ଦିନିକିଆ ସ୍କୋର ଅଟେ। ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ କିୱି ବ୍ୟାଟରମାନେ ଭାରତୀୟ ବୋଲିଂ ଲାଇନ ଅପ୍ କୁ ସମ୍ପୂର୍ଣ୍ଣ ଭାବରେ ପରାସ୍ତ କରିଥିଲେ।
ମିଚେଲ ସିରିଜର ତାଙ୍କର ଲଗାତାର ଦ୍ୱିତୀୟ ଶତକ ହାସଲ କରି ୧୩୭ ରନ କରିଥିଲେ। ପୂର୍ବ ମ୍ୟାଚ୍ ରେ ଅର୍ଦ୍ଧଶତକ ହାସଲ କରିଥିବା ୱିଲ୍ ୟଙ୍ଗ ଏଥର ବିଫଳ ହୋଇଥିଲେ ଏବଂ ୩୦ ରନ କରି ଆଉଟ ହୋଇଥିଲେ। ତଥାପି, ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ୨୧୯ ରନର ରେକର୍ଡ ଭାଗୀଦାରି କରି ସେମାନଙ୍କ ଦଳକୁ ୩୦୦ ସ୍କୋର ଅତିକ୍ରମ କରାଇଥିଲେ। ମିଚେଲ ୧୩୭ ରନ କରିଥିବା ବେଳେ ଫିଲିପ୍ସ ୧୦୬ ରନ କରିଥିଲେ।

ଟିମ୍ ଇଣ୍ଡିଆ ପାଇଁ ଆଜି କର ବା ମର ସ୍ଥିତି ଉପୁଜିଛି । ତିନି ଟିକିଆ ଦିନିକିଆ ସିରିଜ୍ ୧-୧ ରେ ବରାବର ଥିବାବେଳେ ଆଜିର ମ୍ୟାଚକୁ ଯିଏ ଜିତିବ ସେ ସିରିଜ୍ ବିଜୟ ହେବ । ତେଣୁ ଉଭୟ ଦଳ ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ହର୍ଷିତ ରାଣା ଏବଂ ଅର୍ଶଦୀପ ବ୍ୟକ୍ତିଗତ ତିନିଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ସିରାଜ୍ ଏବଂ କୁଲଦୀପଙ୍କୁ ମିଳିଛି ଗୋଟିଏ ଲେଖାଏଁ ୱିକେଟ୍ ।












Click it and Unblock the Notifications