Get Updates
Get notified of breaking news, exclusive insights, and must-see stories!

ଭଲ ରନ୍ ରେଟ୍ ପାଇଁ ସେମିରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ, ଟି ଟ୍ବେଣ୍ଟି ବିଶ୍ବକପରୁ ବିଦା ହେଲା ପାକିସ୍ତାନ

ପାକିସ୍ତାନକୁ ଶକ୍ତ ଝଟକା ଦେଇଛି ଶ୍ରୀଲଙ୍କା। ଟି-୨୦ ବିଶ୍ବକପ୍‌ରୁ ବିଦା ହୋଇଛି ପାକିସ୍ତାନ। ଶ୍ରୀଲଙ୍କାକୁ ୧୪୭ କିମ୍ବା ତା'ଠାରୁ କମ୍ ରନ୍‌ରେ ସୀମିତ ରଖିବାର ଥିଲା । କିନ୍ତୁ ତାହା କରିପାରିଲା ନାହିଁ ପାକିସ୍ତାନ। ଶ୍ରୀଲଙ୍କା ପାକିସ୍ତାନ ଟିମକୁ ପାଣି ପିଆଇ ଦେଇଛି । ୨୧୨ ରନ୍‌ କରିଥିବା ପାକିସ୍ତାନ ମାତ୍ର ୫ ରନ୍‌ରେ ମ୍ୟାଚ୍‌ ଜିତିଛି । ସେପଟେ ଶ୍ରୀଲଙ୍କା ଦମଦାର ବ୍ୟାଟିଂ କରି ୨୦ ଓଭର ଶେଷ ସୁଦ୍ଧା ୬ ଓ୍ବିକେଟ ହରାଇ ୨୦୭ ରନ୍‌ କରିଛି । ଶ୍ରୀଲଙ୍କା ମ୍ୟାଚ୍‌ ହାରିଯାଇଛି , କିନ୍ତୁ ପାକିସ୍ତାନର ସବୁ ଆଶା ଧୂଳିସାତ ହୋଇଛି ।

Pakistan

ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ୫ ରନରେ ବିଜୟୀ ହୋଇଛି। ଏହି ବିଜୟ ସତ୍ତ୍ୱେ, ପାକିସ୍ତାନ ୨୦୨୬ ଟି-20 ବିଶ୍ୱକପରୁ ବାଦ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୧୨ ରନ କରିଥିଲା। ସେମାନଙ୍କୁ ୬୫ ରନରେ ବିଜୟୀ ହେବାକୁ ଥିଲା । ଅର୍ଥାତ୍ ପାକିସ୍ତାନ ଶ୍ରୀଲଙ୍କାକୁ ୧୪୭ ରନରେ ସୀମିତ ରଖିବାର ଥିଲା । କିନ୍ତୁ ଶ୍ରୀଲଙ୍କା ୨୦୭ ରନ କରି ପାକିସ୍ତାନକୁ ଶକ୍ତ ଝଟକା ଦେଇଛି। ଫଳସ୍ୱରୂପ, ପାକିସ୍ତାନ ବିଶ୍ବକପରୁ ବାଦ୍ ପଡ଼ିଛି ​​ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଯାଇଛି ।

ଶେଷ ଓଭରରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୨୮ ରନ ଆବଶ୍ୟକ ଥିଲା। ଶାହିନ ଆଫ୍ରିଦି ବୋଲିଂ କରିଥିଲେ । ପ୍ରଥମ ଚାରି ବଲରୁ ୨୨ ରନ କରିଥିଲା ଶ୍ରୀଲଙ୍କା । ଦାସୁନ ଶାନାକା ପ୍ରଥମ ବଲରେ ଚୌକା ମାରିଥିଲେ ଏବଂ ତା'ପରେ କ୍ରମାଗତ ତିନୋଟି ଛକା ମାରିଥିଲେ। ଶେଷ ଦୁଇଟି ବଲରୁ ଶ୍ରୀଲଙ୍କାକୁ ୬ ରନ ଆବଶ୍ୟକ ଥିଲା । କିନ୍ତୁ ଶାନାକା ଶେଷ ଦୁଇଟି ବଲ୍‌ରେ କୌଣସି ରନ କରିପାରି ନଥି​‌ଲେ । ଶେଷରେ ପାକିସ୍ତାନ ମାତ୍ର ୫ ରନରେ ବିଜୟୀ ହୋଇଛି । କିନ୍ତୁ ପାକିସ୍ତାନର ଏହି ବିଜୟ ବୃଥା ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+