ନ୍ୟୁଜିଲାଣ୍ଡ ଠାରୁ ଦିନିକିଆ ସିରିଜ୍ ହାରିଲା ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଶେଷ ଯାଏଁ ସଂଘର୍ଷ କରି ହାରିଲା ଟିମ୍ ଇଣ୍ଡିଆ । ବିରାଟଙ୍କ ବିରାଟ ପାଳି ସମସ୍ତଙ୍କ ହୃଦୟ ଜିତିଥିଲା । ଗୋଟିଏ ପଟେ ଟିମ୍ ଇଣ୍ଡିଆର ୱିକେଟ ପଡ଼ି ଚାଲିଥିବା ବେଳେ ଅନ୍ୟ ପଟେ ଅବିଚଳିତ ଢଙ୍ଗରେ ଖେଳିଚାଲିଥିଲେ କିଙ୍ଗ କୋହଲି ।

ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୩୭ ରନ୍ କରିଥିଲା। ଜବାବରେ କୋହଲିଙ୍କ ଶତକ ସତ୍ତ୍ୱେ ଭାରତ ୪୬ ଓଭରରେ ୨୯୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୨-୧ରେ ଜିତି ନେଇଛି। ଭାରତ ମାଟିରେ ଏହା ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ଦିନିକିଆ ସିରିଜ୍ ବିଜୟ।
More From
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications