Get Updates
Get notified of breaking news, exclusive insights, and must-see stories!

ମହିଳା ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ବିଶ୍ବ ଚମ୍ପିୟାନ

ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ଅନ୍ୟପେଟ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍‌ ପ୍ରଭାବୀ ବ୍ୟାଟିଂ କରିଛନ୍ତି । ଆମେଲିଆ ୪୩ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ରେ ସୀମିତ ରହିଥିଲା।

ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିଥିଲା। ଜର୍ଜିଆ ପ୍ଲିମର ମାତ୍ର ୯ ରନ୍‌ କରି ଆଉଟ ହୋଇଥିବା ବେଳେ କ୍ୟାରିୟରର ୩୩୪ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ସୁଜି ବେଟ୍ସ ୩୨ ରନ୍‌ କରିଥିଲେ। ସେ ଟପ୍‌ ସ୍କୋରର ଆମେଲିଆ କେର(୪୩)ଙ୍କ ସହ ୩୭ ରନ୍‌ ଯୋଡିଥିଲେ। ୩୧ ବଲ ଖେଳି ସେ ୩ ଚୌକା ମାରିଥିଲେ।

New Zealand beat South Africa

ପରେ ଆମେଲିଆ କେର୍‌ ଓ ବ୍ରୁକ୍‌ ହାଲିଡେ(୩୮)ଙ୍କ ମଧ୍ୟରେ ୫୭ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ୧୯ ତମ ଓଭରରେ ଆଉଟ ହେବା ଆଗରୁ ଆମେଲିଆ ୩୮ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ବ୍ରୁକ୍‌ ହାଲିଡେ ୨୮ ବଲ୍‌ ଖେଳି ୩ ଚୌକା ସହ ୩୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋନକୁଲୁଲେକୋ ମାଲବା ୨, ଆୟୋବୋଙ୍ଗା ଖାଖା, କ୍ଲୋଏ ଟ୍ରାୟନ ଓ ନାଡିନ୍‌ ଡି କ୍ଲର୍କ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୫୯ ରନ୍‌ ଳକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବେଶ ଧୂଆଁଧାର ଆରମ୍ଭ କରିଥିଲା। ଦଳ ପକ୍ଷରୁ ଲୌରା ଓଲ୍ଭାଡର୍‌ଟ(୩୩) ଓ ତାଜମିନ୍‌ ବ୍ରିଟ୍ସ(୧୭) ପ୍ରଥମ ଉଇକେଟରେ ୫୧ ରନ୍‌ ଯୋଡିଥିଲେ। ଲୌରା ୨୭ ବଲ୍‌ ଖେଳି ୫ ଚୌକା ମାରିଥିଲେ। ପ୍ରଥମ ଉଇକେଟର ପତନ ପରେ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କର ଓ ରୋଜମେରୀ ମେୟର ୩ଟି ଲେଖାଏ ଏଡେନ କାର୍ସନ, ଫ୍ରାନ୍‌ ଜୋନ୍ସ ଓ ବ୍ରୁକ୍‌ ହାଲିଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+