ଆଇପିଏଲ୍‌-୧୮ ପାଇଁ ନୂଆ ନିୟମ: ଟିମ୍‌ ବସରେ ଯାତ୍ରା କରିବେ ଖେଳାଳି

ଆଇପିଏଲ୍‌ ପାଇଁ ବିସିସିଆଇ ନୂଆ ନିୟମ ଲାଗୁ କରିଛି । ଆଇପିଏଲ୍‌ରେ ମଧ୍ୟ ନିୟମ କଠୋର କରାଯାଇଛି । ଆସନ୍ତା ୨୦ ତାରିଖରେ ସମସ୍ତ ଦଳର ଅଧିନାୟକଙ୍କୁ ଡ଼କାଇ ବିସିସିଆଇ ଏକ ବୈଠକ ଆୟୋଜନ କରିବ ଓ ଲାଗୁ କରାଯାଇଥିବା ସମସ୍ତ ନିୟମକୁ ବିସ୍ତୃତ ଭାବେ ଜଣାଇବ । ୨୨ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବ ।

ଏଣିକି ପ୍ରତ୍ୟେକ ଦଳର ଖେଳାଳିମାନେ ଅଭ୍ୟାସ କିମ୍ବା ମ୍ୟାଚ୍‌ ସମୟରେ ଏକତ୍ର ଟିମ୍‌ ବସ୍‌ରେ ହିଁ ଯାତ୍ରା କରିବେ । କେହି ଦଳଠୁ ଅଲଗା ହୋଇ ଯାତ୍ରା କରିପାରିବେ ନାହିଁ । ଦଳର ଅଭ୍ୟାସ ଓ ମ୍ୟାଚ୍‌ ଦିବସରେ କୌଣସି ଖେଳାଳିଙ୍କ ପରିବାରର କୌଣସି ସଦସ୍ୟ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିପାରିବେ ନାହିଁ । କେବଳ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ଡ୍ରେସିଂ ରୁମ୍‌କୁ ଯାଇପାରିବେ ।

IPL-18

ଅଭ୍ୟାସ ଦିବସ ଗୁଡ଼ିକରେ ଦଳର ଅଭ୍ୟାସ ସମୟରେ ଖେଳାଳିମାନଙ୍କ ପରିବାର ସଦସ୍ୟ ସ୍ୱତନ୍ତ୍ର ଅଞ୍ଚଳରେ ରହିବେ । କେହି ମନ ଇଛା ଗ୍ରାଉଣ୍ଡ କିମ୍ବା ଅଭ୍ୟାସ ଅଞ୍ଚଳକୁ ଯାଇପାରିବେ ନାହିଁ । ଖେଳାଳିମାନେ ଟିମ୍‌ ବସରେ ଯାତ୍ର କରିବା ସମୟରେ ସେମାନଙ୍କ ପରିବାର ସଦସ୍ୟ ଅନ୍ୟ ଗାଡ଼ିରେ ଯାତ୍ରା କରିବେ ।

କୌଣସି ଫ୍ରାଞ୍ଚାଇଜ୍‌ ଅତିରିକ୍ତ ସହକାରୀ ସଦସ୍ୟ ଯଥା: ଥ୍ରୋ ଡାଉନ ସ୍ପେଶାଲିଷ୍ଟ, ନେଟ୍‌ ବୋଲରଙ୍କୁ ଗ୍ରାଉଣ୍ଡକୁ ନେବାକୁ ଚାହିଁଲେ, ଏଥିପାଇଁ ବିସିସିଆଇର ଅନୁମତି ନେବାକୁ ପଡ଼ିବ । ଫ୍ରାଞ୍ଚାଇଜମାନେ ନେଟ୍‌ ବୋଲର ଓ ଥ୍ରୋ ଡାଉନ୍‌ ସ୍ପେଶାଲିଷ୍ଟଙ୍କ ତାଲିକା ବିସିସିଆଇ ନିକଟକୁ ପଠାଇବେ । ଫ୍ରାଞ୍ଚାଇଜମାନେ ଗ୍ରାଉଣ୍ଡର ମୁଖ୍ୟ ପିଚ୍‌ ଅଞ୍ଚଳରେ ଦଳର କୌଣସି ଖେଳାଳିଙ୍କ ଫିଟ୍‌ନେସ୍‌ ଟେଷ୍ଟ କରିପାରିବେ ନାହିଁ। ଗ୍ରାଉଣ୍ଡରେ ରହିଥିବା ଅଭ୍ୟାସ ଅଞ୍ଚଳରେ ଫିଟ୍‌ନେସ ପରୀକ୍ଷା ହେବ । ଟୁର୍ଣ୍ଣାମେଣ୍ଟ ବେଳେ ସର୍ବାଧିକ ରନ୍‌ ଓ ସର୍ବାଧିକ ୱିକେଟ୍‌ ପାଇଁ ଯଥାକ୍ରମେ ଅରେଞ୍ଜ ଓ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଏ । ଉଭୟ କ୍ୟାପ୍‌ ପାଇଥିବା ଖେଳାଳିମାନେ ମ୍ୟାଚ୍‌ ସମୟରେ ଅତି କମ୍‌ରେ ୨ ଓଭର ଓ ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ବିତରଣ ସମୟରେ ବାଧ୍ୟତାମୂଳକ ଭାବେ ଉକ୍ତ କ୍ୟାପ୍‌ ପିନ୍ଧିବେ । ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ବିତରଣ ସମୟରେ କୌଣସି ଖେଳାଳି ହାତ କଟା ଜର୍ସି ପିନ୍ଧି ପାରିବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+