For Quick Alerts
Turn On Notification  
For Daily Alerts
Oneindia App Download

ଧୋନିଙ୍କ ଘରକୁ ଆସିଲେ ନୂଆ ଅତିଥି, ଇନଷ୍ଟାରେ ଭିଡିଓ ସେୟାର କଲେ ସାକ୍ଷୀ

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନଙ୍କ ଘରକୁ ଆସିଛି ଏକ ନୂଆ ଘୋଡା । ପଶୁପ୍ରେମୀ ଭାବେ ପରିଚିତ ଧୋନିଙ୍କ ପାଇଁ ଏକ ନୂଆ ଘୋଡା ଆଣିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

|

ନୂଆଦିଲ୍ଲୀ: ଧୋନିଙ୍କ ଘରେ ନୂଆ ଅତିଥି । ଆଇପିଏଲ 2021 ସାରି ଧୋନି ଘରକୁ ଫେରିବା ପୂର୍ବରୁ ସାକ୍ଷୀ ତାଙ୍କ ପାଇଁ ଆଣିଛନ୍ତି ନୂଆ ଜଣେ ଅତିଥି । ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଆଉ ଜାଣିବାକୁ ମଧ୍ୟ ଉତ୍ସାହିତ ହୋଇସାରିଥିବେ, ଯେ ଧୋନିଙ୍କ ଘରେ କିଏ ଏହି ନୂଆ ଅତିଥି ।

MS Dhoni

ତେବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନଙ୍କ ଘରକୁ ଆସିଛି ଏକ ନୂଆ ଘୋଡା । ପଶୁପ୍ରେମୀ ଭାବେ ପରିଚିତ ଧୋନିଙ୍କ ପାଇଁ ଏକ ନୂଆ ଘୋଡା ଆଣିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଟୁର୍ଣ୍ଣାମେଣ୍ଟର ବହୁ ଖେଳାଳି କରୋନାର ଶିକାର ହେବା ପରେ ଆଇପିଏଲ 2021 ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ବିସିସିଆଇ । ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପରକିଙ୍ଗ୍ସର ସମସ୍ତ ଖେଳାଳି ଘରକୁ ଫେରିବା ପରେ ଧୋନି ରାଞ୍ଜି ଫେରିବେ ବୋଲି ଘୋଷଣା କରିଛନ୍ତି ।

ତେବେ ଫଟୋ ସେୟାର କରି ସାକ୍ଷୀ ଲେଖିଛନ୍ତି, ଚେତକ (ନୂଆ ଘୋଡାର ନାମ) ଆପଣଙ୍କୁ ଆମ ଘରକୁ ସ୍ୱାଗତ । ଚେତକ ତମେ ଆମ ଲିଲି(ପୋଷା କୁକୁର) ଙ୍କୁ ସହଜରେ ଗ୍ରହଣ କରିଥିବାରୁ ତମକୁ ଅଶେଷ ଧନ୍ୟବାଦ । ଏଠାରେ କହିରଖୁଛୁ ଧୋନିଙ୍କ ରାଞ୍ଚିରେ ଏକ ଫାର୍ମ ହାଉସ୍ ଅଛି । ଯେଉଁଠାରେ ସେ ଷ୍ଟ୍ରବେରୀ ଠାରୁ ଆରମ୍ଭ କରି ଅନେକ ଫଳମୂଳ ପନିପରିବା ଚାଷ ହୋଇଥାଏ । ଧୋନିଙ୍କ ଏହି ଫାର୍ମ ହାଉସକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
new guest came to Dhoni's house, sakshi shared video on Instagram
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X