For Quick Alerts
Turn On Notification  
For Daily Alerts
Oneindia App Download

ଟି-୨୦ ବିଶ୍ୱକପରେ ବଦଳିଲା ଏହି ନିୟମ: ନୂଆ ଫର୍ମାଟରେ ଖେଳାଯିବ ମ୍ୟାଚ

ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ୨୦୨୪ ମସିହାରେ ଖେଳାଯିବ । ତେବେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବାକୁ ଏହି ଟି-୨୦ ବିଶ୍ୱକପ ପୂର୍ବରୁ ଫଟାଫଟ୍ ଫର୍ମାଟରେ ବଡ଼ ପରିବର୍ତ୍ତନ ହୋଇଛି ।

|

ଦୁବାଇ: ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ୨୦୨୪ ମସିହାରେ ଖେଳାଯିବ । ତେବେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବାକୁ ଏହି ଟି-୨୦ ବିଶ୍ୱକପ ପୂର୍ବରୁ ଫଟାଫଟ୍ ଫର୍ମାଟରେ ବଡ଼ ପରିବର୍ତ୍ତନ ହୋଇଛି । ନୂଆ ଫର୍ମାଟରେ ଆସନ୍ତା ଟି-୨୦ ବିଶ୍ୱକପ ଖେଳାଯିବ। ୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଭାଗ ନେବେ। ସେମାନଙ୍କୁ ୪ଟି ଗ୍ରୁପରେ ବିଭାଗ କରାଯିବ। ପ୍ରତି ଗ୍ରୁପରେ ୫ଟି ଲେଖାଏଁ ଦଳ ରହିବେ। ପ୍ରଥମ ରାଉଣ୍ଡ ପରେ ସୁପର ୮ ମୁକାବିଲା ଆରମ୍ଭ ହେବ ।

T20 World Cup

୨୦୨୨ର ଟପ୍ ୮ ବ୍ୟତୀତ ଅଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ସିଧାସଳଖ ପ୍ରବେଶ କରିବେ । ସେହିପରି ଆମେରିକା ଓ ୱେଷ୍ଟଇଣ୍ଡିଜ ଏହି ବିଶ୍ୱକପ ଆୟୋଜନ କରିବେ, ତେଣୁ ତାଙ୍କୁ ବି ଏଥିରେ ସିଧା ଏଣ୍ଟ୍ରି ମିଳିବ । କହିବାକୁ ଗଲେ ୨୦୨୪ ବିଶ୍ୱକପ ପାଇଁ ୧୨ ଟିମ ପ୍ରସ୍ତୁତ ହୋଇ ଅଛନ୍ତି । ଏହି ବିଶ୍ୱକପରେ ୨୦ ଟିମ ଭାଗ ନେବାକୁ ଥିବାରୁ ବାକି ୮ ଟିମର ଫଇସଲା କ୍ୱାଲିଫାଇ ରାଉଣ୍ଡ ପରେ ଜଣାପଡିବ ।

ନୂଆ ଫର୍ମାଟ ଅନୁସାରେ, ପ୍ରତି ଗ୍ରୁପର ଟପ୍‌ ୨ଟି ଟିମ ସୁପର ୮କୁ କ୍ୱାଲିଫାଏ କରିବେ। ଏହି ୮ ଦଳକୁ ପୁଣି ୨ଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦଳ ରହିବେ। ସେମାନଙ୍କ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ସୁପର ୮ରେ ମୁକାବିଲା ପରେ ପ୍ରତି ଗ୍ରୁପରୁ ଟପ୍‌ ୨ଟି ଲେଖାଏ ଟିମ ସେମି ଫାଇନାଲକୁ ଯିବେ ଓ ପରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଟି-୨୦ ବିଶ୍ୱକପ ୨୦୨୪ରେ ମୋଟ ୫୫ ମ୍ୟାଚ ଖେଳାଯିବ । ଏହି ୫୫ ମ୍ୟାଚରୁ ଏକ ତୃତୀୟାଶଂ ମ୍ୟାଚ ଆମେରିକାରେ ଖେଳାଯିବ । ଆଉ ବାକି ମ୍ୟାଚ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏଥିପାଇଁ ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚରେ ପରିବର୍ତ୍ତନ କରିଛି । ଆଉ ଢଙ୍ଗରେ ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ଖେଳାଯିବ ।

ଗ୍ରୁପ ୧ରୁ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟପ ୪ରେ ରହିଥିଲେ। ସେହିପରି ଗ୍ରୁପ ୨ରୁ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ୍ସ ଟପ୍‌ ୪ ରହି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକା କିମ୍ବା ୱେଷ୍ଟଇଣ୍ଡିଜ୍‌ ୨୦୨୨ ଟି-୨୦ ବିଶ୍ୱକପ ସୁପର ୧୨ରେ ନଥିଲେ ।

  • ଯୋଗ୍ୟତା ଅର୍ଜନ କରିଥିବା ୧୨ ଦଳ: ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ, ଆଫଗାନିସ୍ତାନ ଓ ବାଂଲାଦେଶ।

ଏଥର ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଆୟୋଜନ କରିଥିଲା । ଏଥିରେ ଭାରତ ସୁପର ୧୨ରେ ଦମଦାର ପ୍ରଦର୍ଶନ କରିଥିଲା । ଆଉ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ଏହାପରେ ଭାରତ ଇଂଲଣ୍ଡ ସହ ସେମିଫାଇନାଲ ମ୍ୟାଚ ଖେଳିଥିଲା । ଯେଉଁଥିରେ ଭାରତ ବଡ ବ୍ୟବଧାନରେ ପରାଜିତ ହୋଇଥିଲା । ଫଳରେ ଇଂଲଣ୍ଡ ଆଉ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ତେବେ ଆଗାମୀ ୨୦୨୪ ବିଶ୍ୱକପରେ ଭାରତ କେମିତି ପ୍ରଦର୍ଶନ କରୁଛି ତା ଉପରେ ରହିଛି ଫ୍ୟାନଙ୍କ ନଜର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New Format in T20 World Cup 2024, Know the Details
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X