ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ନେଦରଲ୍ୟାଣ୍ଡ
ଆଜି ବିଶ୍ୱକପର ଦ୍ଵିତୀୟ ମ୍ୟାଚ୍ । ମୁହାଁମୁହିଁ ହେବେ ପାକିସ୍ତାନ-ନେଦରଲ୍ୟାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ନେଦରଲ୍ୟାଣ୍ଡ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ ।
ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ ଏପର୍ଯ୍ୟନ୍ତ ୬ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ୬-୦ ରେକର୍ଡ ସହ ପାକିସ୍ତାନ ମଜବୁତ୍ ସ୍ଥିତିରେ ଅଛି । ଦିନିକିଆ ବିଶ୍ୱକପରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଏବଂ ପାକିସ୍ତାନ ଉଭୟ ବିଜେତା ହୋଇଛି ।

ନେଦରଲ୍ୟାଣ୍ଡ (ଏକାଦଶ): ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ସ୍କଟ୍ ଏଡୱାର୍ଡସ୍ (ଅଧିନାୟକ/ ୱିକେଟ ରକ୍ଷକ), ବେସ୍ ଡି ଲିଡେ, ତେଜା ନିଡାମାନୁରୁ, ସାକିବ୍ ଜୁଲଫିକର, ଲୋଗାନ୍ ଭାନ୍ ବିକ୍, ରୋଲୋଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମିକେରେନ୍
ପାକିସ୍ତାନ (ଏକାଦଶ): ଇମାମ-ଉଲ-ହକ, ଫଖର ଜମାନ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ ରକ୍ଷକ), ସାଉଦ ଶକିଲ, ଇଫ୍ଟିକାର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ହାସନ ଅଲି, ଶାହିନ ଆଫ୍ରିଦି, ହାରିସ ରଫ
7 ବର୍ଷ ପରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍ ଖେଳିବ । ୱାର୍ମ ଅପ୍ ମ୍ୟାଚ୍ ବେଳେ ପାକିସ୍ତାନ ବହୁତ୍ ଏକ୍ସପେରିମେଣ୍ଟ କରିଥିଲା । କିନ୍ତୁ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ । କାରଣ ଏତେ ବର୍ଷ ପରେ ଭାରତରେ ଖେଳିବାକୁ ଆସିଥିବାରୁ ପାକିସ୍ତାନ ଏକ ବଡ଼ ଧରଣର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ ।
ଏଥି ସହିତ ହାଇଦ୍ରାବାଦ ପିଚ୍ ସବୁ ବେଳେ ହାଇସ୍କୋରିଂ ମ୍ୟାଚ୍ ପାଇଁ ଜଣାଶୁଣା । ପାକିସ୍ତାନ ମଧ୍ୟ ୱାର୍ମ ଅପ୍ରେ ପିଚ୍କୁ ଭଲଭାବେ ପରଖି ସାରିଛି । ଅଧିନାୟକ ବାବର ଅଜମ୍ ଏବେ ଭଲ ଫର୍ମରେ ଅଛନ୍ତି । ୱାର୍ମ ଅପ୍ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ । ତେଣୁ ଏହି ଫର୍ମକୁ ପ୍ରଥମ ମ୍ୟାଚ୍ରେ ବଜାୟ ରଖିବାକୁ ଚାହିଁବେ ।












Click it and Unblock the Notifications