Get Updates
Get notified of breaking news, exclusive insights, and must-see stories!

୮୭ ରନରେ ବାଂଲାଦେଶକୁ ହରାଇଲା ନେଦରଲ୍ୟାଣ୍ତ୍ସ

Netherlands vs Bangladesh World Cup 2023: ଭାରତରେ ଚାଲିଥିବା ବିଶ୍ୱକପରେ ନେଦରଲ୍ୟାଣ୍ତ୍ସ ନିଜ କମାଲ ଜଲୱା ଦେଖାଇଛି । ବିଶ୍ୱକପ୍ 2023ର 28 ତମ ମ୍ୟାଚ୍ ରେ ନେଦରଲ୍ୟାଣ୍ଡ ବାଂଲାଦେଶକୁ 87 ରନରେ ପରାସ୍ତ କରିଛି । କୋଲକାତାର ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ କ୍ରିକେଟ୍ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ୍ସ 229 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ଦଳ 142 ରନ୍ ସ୍କୋରରେ ଅଲ୍ ଆଉଟ୍ ହୋଇ ଯାଇଥିଲେ ।

ସ୍କଟ ଏଡୱାର୍ଡସ୍ ନେଦରଲ୍ୟାଣ୍ଡ୍ସ ପାଇଁ 68 ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ସେହିପରି ପଲ୍ ୱାନ୍ ମେକେରେନ୍ 4 ଟି ୱିକେଟ୍ ନେଇଛନ୍ତି। ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ପହଞ୍ଚିଛି। ଏହା ବିଶ୍ୱକପ୍‌ରେ ନେଦରଲ୍ୟାଣ୍ତ୍ସର ଦ୍ୱିତୀୟ ବିଜୟ।

ସେହିପରି ବାଂଲାଦେଶ ୯ ନମ୍ବରକୁ ଖସିଯାଇଛି । ଡେଫେଣ୍ତିଂ ଚାମ୍ପିୟନ ଇଂଲଣ୍ତ ୧୦ ନମ୍ବର ଆର୍ଥାତ୍ ଶେଷ ସ୍ଥାନରେ ରହିଛି । ତେବେ ପ୍ରଥମ ଥର ଇଂଲଣ୍ତ 5ଟି ମ୍ୟାଚ୍ ଖେଳିସାରିବା ପରେ ମଧ୍ୟ ଶେଷରେ ରହିଛି ।

Netherlands beat Bangladesh by 89 runs

ବାଂଲାଦେଶର ବହୁତ ଖରାପ ପ୍ରଦର୍ଶନ କରିଛି । ବାଂଲାଦେଶ 42.2 ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ 142 ରନ କରିବାରେ ସକ୍ଷମ ହୋଇଛି । ନେଦରଲ୍ୟାଣ୍ତ୍ସ ଖେଳାଳି ମିକେରନ ଦମଦାର ବୋଲିଂ କରିବା ସହ 4ୱିକେଟ୍ ନେଇଛନ୍ତି । ଆଜି ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ମେହିଦୀ ହାସନ ମିରାଜ 35 ରନ୍ ଏବଂ ମହମ୍ମଦଦୁଲ୍ଲା 20 ଓ ଶେଷ ଭାଗରେ ମୁସ୍ତାଫିଜୁର 20 ରନର ଇନିଂସ ଖେଳିଛନ୍ତି ।

ବାଂଲାଦେଶ 42.2 ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ 142 ରନ୍ କରିବାରେ ସଫଳ ହୋଇଥିଲା ନେଦରଲ୍ୟାଣ୍ତ୍ସ 87 ରନରେ ଆଜିର ମ୍ୟାଚ୍ ଜିତି ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+