ପୁଣି ଇତିହାସ ରଚିଲେ ନୀରଜ; ଡାଇମଣ୍ଡ ଲିଗ୍ ମିଟରେ ହେଲେ ଚାମ୍ପିୟନ

ଆହତ ପରେ ସୁନା ପୁଅ ନୀରଜ ଚୋପ୍ରାଙ୍କ ଜୋରଦାର କମବ୍ୟାକ୍ । ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ କଲେ ନୀରଜ ଚୋପ୍ରା। ଭାରତର ଷ୍ଟାର ଜାଭେଲିନ ପ୍ଲେୟାର ପୁଣି ଦେଶ ପାଇଁ ଇତିହାସ ରଚିଛନ୍ତି ।

ନୂଆଦିଲ୍ଲୀ: ଆହତ ପରେ ସୁନା ପୁଅ ନୀରଜ ଚୋପ୍ରାଙ୍କ ଜୋରଦାର କମବ୍ୟାକ୍ । ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ କଲେ ନୀରଜ ଚୋପ୍ରା। ଭାରତର ଷ୍ଟାର ଜାଭେଲିନ ପ୍ଲେୟାର ପୁଣି ଦେଶ ପାଇଁ ଇତିହାସ ରଚିଛନ୍ତି । ନୀରଜ ପ୍ରଥମ ଭାରତୀୟ ଭାବେ ଲୁସେନ ଡାଇମଣ୍ଡ ଲିଗ୍ ମିଟରେ ଚାମ୍ପିୟନ ହୋଇଛନ୍ତି । ଆଜି ଯାଏଁ କୌଣସି ଭାରତୀୟ ଏହି ସଫଳତା ହାସଲ କରିପାରିନଥିଲେ । ମାତ୍ର ନୀରଜ ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ କରିଛନ୍ତି ।

niraj chopra

ନୀରଜଙ୍କ ପୂର୍ବରୁ ବିକାଶ ଗୌଡ଼ା ପ୍ରଥମ ଭାରତୀୟ ଭାବେ ୨୦୧୨ ନ୍ୟୁୟର୍କ ଡାଇମଣ୍ଡ ଲିଗ୍ ଓ ୨୦୧୪ ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ୨୦୧୫ ସଙ୍ଘାଇ ଓ ୟୁଜେନେରେ ସେ ତୃତୀୟ ସ୍ଥାନରେ ରହିଥିଲେ । ତେବେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗରେ ଚମ୍ପିଆନ ହୋଇଛନ୍ତି।

ନୀରଜ ପ୍ରଥମ ପ୍ରୟାସରେ ୮୯.୦୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଟାଇଟଲ ପକ୍କା କରି ନେଇଥିଲେ । ଏହା ତାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେ ଡାଇମଣ୍ଡ ଲିଗ୍ ଟାଇଟଲ ଜିତି ୨୦୨୩ରେ ବୁଦାପେଷ୍ଟରେ ଖେଳା ଯିବାକୁ ଥିବା ବିଶ୍ୱ ଚାମ୍ପିୟନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ ଚାମ୍ପିୟନସିପରେ ଯୋଗ୍ୟତା ପାଇଁ ୮୫.୨୦ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ ଡାଇମଣ୍ଡ ଲିଗରେ ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜ୍ୟାକବ ୱାଡଲେଜ ୮୫.୮୮ ମିଟର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକାର କୂର୍ଟିସ ଥମ୍ପସନ ୮୩.୭୨ ମିଟର ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୮୯.୦୮ ମିଟର ହେଉଛି ନୀରଜ ଚୋପ୍ରାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରୟାସ । ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ହେଉଛି ୮୯.୯୪ ମିଟର । ସେ ଏହାକୁ ୯୦ ମିଟର କରିବାକୁ ଜୋରଦାର ଚେଷ୍ଟା କରୁଛନ୍ତି। ଆହତ ହେତୁ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡା ଖେଳି ନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+