ରୌପ୍ୟ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଅଲମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଜୁରିଖ୍ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।
ଚେକ୍ ଗଣରାଜ୍ୟର ଜାକୁବ ଭାଲ୍ଡେଚ୍ ୮୫.୮୬ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜର୍ମାନୀର ଜୁଲିଆନ୍ ୱେବର ୮୫.୦୪ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଜୁରିଖ୍ ଡାଏମଣ୍ଡ୍ ଲିଗ୍ରେ ନୀରଜଙ୍କ ପ୍ରଥମ ଥ୍ରୋ ୮୦.୭୯ମିଟର ରହିଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ୨ଟି ଯାକ ଥ୍ରୋ ଫାଉଲ୍ ହୋଇଥିଲା । ଫଳରେ ୩ ରାଉଣ୍ଡ ସୁଦ୍ଧା ସେ ପଞ୍ଚମ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ ନୀରଜ ୮୫.୨୨ମିଟର ଦୂର ଜାଭେଲିନ ଫିଙ୍ଗି ପଦକ ପକ୍କା କରି ଦେଇଥିଲେ । ତେବେ ତାଙ୍କର ଅନ୍ତିମ ପ୍ରୟାସ ୮୫.୭୧ ମିଟର ରହିଥିଲା । ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେ ନିଜର ପ୍ରଥମ ପ୍ରୟାସ ଏହି ଦୂରତା ଛୁଇଁଥିଲେ ।
ସେହିପିର ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେ ନିଜର ପ୍ରଥମ ପ୍ରୟାସ ଏହି ଦୂରତା ଛୁଇଁଥିଲେ । ବିଶ୍ଵ ଚାମ୍ପିଅନ୍ ଗ୍ରାସରେ ମିଲ୍ଟିଆଡିସ୍ ଟେଷ୍ଟୋଗ୍ଲୋ ୮.୨୦ମିଟର ଦୂର କମ୍ପ କରି ସ୍ଵର୍ଣ୍ଣ ପଦକ ଜିତିଥିବାବେଳେ ଜାମାଇକାର ତାଜୟ ଗେଲ ୮.୦୭ମିଟର ସହ ରୌପ୍ୟ ଏବଂ ଆମେରିକାର ଜାରିୟନ ଲସନ୍ ୮.୦୫ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।












Click it and Unblock the Notifications