Get Updates
Get notified of breaking news, exclusive insights, and must-see stories!

ପୁଣି ଚମକିଲେ ସୁନା ପୁଅ ନୀରଜ, ପାଭୋ ନୁର୍ମି କ୍ରୀଡ଼ାରେ ହାତେଇଲେ ସ୍ୱର୍ଣ୍ଣ

Niraj Chopra Gold Medal: ପୁଣି ଚମକିଲେ ସୁନା ପୁଅ ନୀରଜ । ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା । ଫିନଲ୍ୟାଣ୍ଡର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ପାଭୋ ନୁରମି ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏହା ପୂର୍ବରୁ ସେ ୨୦୨୨ରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

Neeraj Chopra

ପାଭୋ ନୁରମି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାତେଇବା ନୀରଜଙ୍କ ପାଇଁ ସେତେଟା ସହଜ ନଥିଲା । ତାଙ୍କ ଦେହରେ ଆଘାତ ହୋଇଥିବାରୁ କିଛି ଦିନ ହେବ ସେ ସଂଘର୍ଷ କରୁଥିଲେ । ଆଘାତରୁ ସୁସ୍ଥ ହେବା ପରେ ଏହା ତାଙ୍କର ପ୍ରଥମ ଇଭେଣ୍ଟ ଥିଲା ଏବଂ ଏହି ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ଚୋପ୍ରାଙ୍କ ଆଗରେ ଆଣ୍ଡରସନ୍ ପିଟର୍ସ, ମ୍ୟାକ୍ସ ଡାଇହିଙ୍ଗ୍ ଓ ଅଲିଭର ହ୍ୟାଣ୍ଡଲରଙ୍କ ଭଳି ଖେଳାଳି ଥିଲେ । ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଏଥିସହ ଫିନଲାଣ୍ଡର ଟୋନି କେରାନନ୍ ମଧ୍ୟ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଯାଉଥିଲେ । ସମାନ ଘଟଣା ଘଟିଲା ଏବଂ ନୀରଜଙ୍କୁ ସମସ୍ତଙ୍କ ଠାରୁ ଭଲ ଚ୍ୟାଲେଞ୍ଜ ମିଳିଥିଲା । କିନ୍ତୁ ନୀରଜ ଚୋପ୍ରା ତୃତୀୟ ଥ୍ରୋରେ ୮୫.୯୭ ମିଟର ଫିଙ୍ଗି ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ । ଫିନଲ୍ୟାଣ୍ଡର ଜାଭେଲିନ୍ ଥ୍ରୋଅର୍ ଟୋନି କିରାନାନ୍ ୮୪.୧୯ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+