Neeraj Chopra : ନୀରଜଙ୍କ ଐତିହାସିକ ଜାଭଲିନ୍ ଥ୍ରୋ: ପ୍ରଥମ ଥର ୯୦+
ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ଥର ପାଇଁ ୯୦+ ମିଟର୍ ଅତିକ୍ରମ କରି ଦୀର୍ଘଦିନର ସ୍ବପ୍ନକୁ ସାକାର କରିଛନ୍ତି ।
ଶୁକ୍ରବାର ଅନୁଷ୍ଠିତ ଦୋହା ଡାଏମଣ୍ଡ୍ ଲିଗ୍ରେ ୨୭ ବର୍ଷୀୟ ନୀରଜ ୯୦.୨୩ ମିଟର୍ ଦୂରତାକୁ ଜାଭଲିନ୍ ଫିଙ୍ଗି ଏହି ଐତିହାସିକ କୃତିତ୍ବ ଅର୍ଜନ କରିଛନ୍ତି। କିନ୍ତୁ ଏହି ନାଟକୀୟ ପ୍ରତିଯୋଗିତାରେ ନୀରଜଙ୍କୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜର୍ମାନିର ଜୁଲିଏନ୍ ୱେବର୍ ଶେଷ ମିନିଟ୍ ଥ୍ରୋରେ ୯୧.୦୬ ମିଟର୍ ଫିଙ୍ଗି ବିଜୟ ଛଡ଼ାଇ ନେଇଛନ୍ତି। ତଥାପି ନୀରଜଙ୍କ ଏହି ସଫଳତା ତାଙ୍କୁ ଅପୂର୍ବ ସଫଳତା ଦେଇଥିବାରୁ ସେ ବଡ଼ ଉପଲବ୍ଧି ପାଇଛନ୍ତି ।
ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୮୫.୬୪ମିଟର) ତୃତୀୟ ହୋଇଥିଲେ। କାତାର ସ୍ପୋଟର୍ସ କ୍ଲବଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନାଙ୍କ ସମେତ ସମଗ୍ର ବିଶ୍ୱରୁ ୧୧ଜଣ ଟପ୍ ଜାଭେଲିନ୍ ଥ୍ରୋୟର ଭାଗ ନେଇଥିଲେ। କିଶୋର ୭୮.୬୦ ମିଟର ସହ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପୂର୍ବରୁ ୯୦ ମିଟର ଅତିକ୍ରମ କରିଥିବା ଦୁଇ ଏସୀୟ ଆଥ୍ଲେଟ ହେଲେ ପାକିସ୍ତାନର ଅର୍ଶାଦ ନଦିମ (୯୨.୯୭ ମିଟର) ଓ ଚାଇନିଜ ତାଇପେର ଚାଓ ସୁନ୍ ଚେଙ୍ଗ୍ (୯୧.୩୬ ମିଟର)।

ଇତିହାସରେ ସେ ୨୫ତମ ଖେଳାଳି ଭାବେ ୯୦+ ମିଟର୍ ସଫଳତା ଅର୍ଜନ କରିଛନ୍ତି। ଏସିଆରେ କିନ୍ତୁ ପାକିସ୍ତାନର ଅର୍ସଦ ନଦୀମ (୯୨.୯୭ ମିଟର୍) ଏବଂ ଚାଇନିଜ୍ ତାଇପେର ଚାଓ ଟାଇସୁନ୍ ଚେଙ୍ଗ୍ (୯୧.୩୬)ଙ୍କ ପରେ ତୃତୀୟ ହୋଇଛନ୍ତି। ଶୁକ୍ରବାର ନୀରଜ ପ୍ରଥମ ଥ୍ରୋରେ ୮୮.୩୪ ମିଟର୍ ଫିଙ୍ଗିବା ପରେ ଦ୍ବିତୀୟଟିରେ ବିଫଳ ହୋଇଥିଲେ। ତୃତୀୟରେ କିନ୍ତୁ ୯୦.୨୩ ମିଟର୍ ଫିଙ୍ଗି ଇତିହାସ ରଚିଥିଲେ। ଚତୁର୍ଥରେ ୮୦.୫୬, ପଞ୍ଚମରେ ବିଫଳ, ଷଷ୍ଠରେ ୮୮.୨ ମିଟର୍ ଫିଙ୍ଗିଥିଲେ। ଦୋହା ଡାଏମଣ୍ଡ୍ ଲିଗ୍ ପୂର୍ବରୁ ନୀରଜ ୬ ଥର ୮୯+ ମିଟର୍ ଏବଂ ୧୭ ଥର ୮୮+ ମିଟର୍ ସୀମା ଟପି ମଧ୍ୟ କେବେ ୯୦ ମିଟର୍ ଛୁଇଁନଥିଲେ। ଅନ୍ୟପକ୍ଷରେ ଦୋହା ଡାଏମଣ୍ଡ୍ ଲିଗ୍ରେ ସାମିଲ ଥିବା ଓଡ଼ିଆ ପୁଅ କିଶୋର ଜେନା ଖରାପ ଫର୍ମକୁ ଜାରି ରଖି ନିଜ ଚତୁର୍ଥ ଥ୍ରୋରେ ୭୪.୮୦ ମିଟର୍ ସହ ଶୀର୍ଷ ୮ ବାହାରେ ରହିଥିଲେ।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ











Click it and Unblock the Notifications