Paris Olympics 2024 : ଫାଇନାଲରେ ପ୍ରବେଶ କଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା
Paris Olympics 2024: ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍ରେ ସ୍ଥାନ ମିଳିଛି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି । ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି ।
ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ । ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ । ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ । ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ ।

କିନ୍ତୁ ଗ୍ରୁପ୍ରେ ବିରେ ଥିବା ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି । ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା । ଯାହାକୁ ପାର କରି ସେ ଫାଇନାଲରେ ପହଁଞ୍ଚି ପାରିଛନ୍ତି ।
ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୮୬.୫୯ ମିଟର ଥ୍ରୋ କରିଥିଲେ । ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନୀରଜଙ୍କ ପରି ଏହା ମଧ୍ୟ ଅର୍ଶଦଙ୍କର ସିଜିନର ସର୍ବୋତ୍ତମ ଥ୍ରୋ ଥିଲା । ଏହା ସହିତ ଶ୍ରେଷ୍ଠ ୧୨ ଆଥଲେଟ୍ ମଧ୍ୟ ପଦକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।












Click it and Unblock the Notifications