Neeraj Chopra Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍ଡେନ ବୟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଏନେଇ ନୀରଜ ସୋସିଆଲ ମିଡିଆ 'ଏକ୍ସ'ରେ ବିବାହ ଫଟୋ ଶେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଲେଖିଛନ୍ତି ପ୍ରେମରେ ବାନ୍ଧି ହେଲି ବୋଲି।
ହିମାନୀଙ୍କୁ ବିବାହ କରିଥିବା ସୂଚନା ଦେଇଛନ୍ତି ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର। ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସେ କୃତିତ୍ୱ ହାସଲ କରିଛନ୍ତି। ନୀରଜ ବିବାହ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖିଥିଲେ।
ନୀରଜ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କର ବିଜୟ ଐତିହାସିକ ଥିଲା। ନୀରଜଙ୍କ ବିଜୟ ପରେ, ତାଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ନୀରଜଙ୍କୁ ଅନେକ ସାକ୍ଷାତକାରରେ ବିବାହ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। କିନ୍ତୁ ସେ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ନୀରଜ କେବେ ତାଙ୍କ ଭବିଷ୍ୟତ ଜୀବନସାଥୀ ବିଷୟରେ ପ୍ରକାଶ କରିନଥିଲେ। ସୁଟିଂରେ ପଦକ ବିଜେତା ମନୁ ଭାକରଙ୍କ ସହ ତାଙ୍କୁ ବାହାଘରକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଭୂଲ ପ୍ରମାଣିତ ହୋଇଛି । ଏବେ ଚୁପଚାପ୍ ବିବାହ କରିଛନ୍ତି ନୀରଜ ଚୋପ୍ରା ।

ନୀରଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, "ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।" ନୀରଜଙ୍କ ବିବାହରେ କେବଳ ନିକଟତର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ କ୍ୟାପସନ ମାଧ୍ୟମରେ ତାଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ନୀରଜଙ୍କ ସ୍ତ୍ରୀଙ୍କ ନାମ ହିମାନୀ। ସେ କ'ଣ କରନ୍ତି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications